କନକ ବ୍ୟୁରୋ: ଭଦ୍ରକରୁ ହଟିଲା କଟକଣା। ଧାମନଗର ଏନଏସିରୁ ହଟିଲା ୧୬୩ ଧାରା। ଧୋବଲ ସହ ଆଖପାଖ ଅଞ୍ଚଳରୁ ହଟିଲା କଟକଣା। ଏନେଇ ସୂଚନା ଦେଇଛନ୍ତି ଉପ-ଜିଲ୍ଲାପାଳ। ଗତ ମାସ ୨୭ ତାରିଖରୁ ଏ ସ୍ଥାନରେ ୧୬୩ ଧାରା ଜାରି ରହିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁରୁଣା ବଜାର ଅଞ୍ଚଳ ଓ ଧାମନଗର ଦୋବୋଲରେ ୧୬୩ ଧାରା ଜାରି କରାଯାଇଥିଲା। ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା। ପୋଲିସକୁ ମାଡ଼ ଘଟଣାରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପୁଜିଥିଲା। ହେଲେ ଏବେ ସ୍ଥିତି ସ୍ୱାଭାବିକ ହେବାରୁ କଟକଣାକୁ କୋହଳ କରାଯାଇଛି।
ଭଦ୍ରକରୁ ହଟିଲା ୧୬୩ ଧାରା: ଧାମନଗର ଏନଏସି ଓ ଧୋବଲ ସହ ଆଖପାଖ ଅଞ୍ଚଳରୁ ହଟିଲା କଟକଣା
ଭଦ୍ରକରୁ ହଟିଲା କଟକଣା। ଧାମନଗର ଏନଏସିରୁ ହଟିଲା ୧୬୩ ଧାରା। ଧୋବଲ ସହ ଆଖପାଖ ଅଞ୍ଚଳରୁ ହଟିଲା କଟକଣା। ଏନେଇ ସୂଚନା ଦେଇଛନ୍ତି ଉପ-ଜିଲ୍ଲାପାଳ।