କନକ ବ୍ୟୁରୋ: ବରଗଡ଼ରେ ପୁଣି ଚାଲିଲା ବୁଲ୍ଡୋଜର । ଆଜି ସକାଳୁ ଲେଙ୍ଗୁ ମିଶ୍ର ଛକରୁ ଅମ୍ବାପାଲି ଛକ ପର୍ଯ୍ୟନ୍ତ ଚାଲିଛି ଜବର ଦଖଲ ଉଚ୍ଛେଦ । ପ୍ରଶାସନ ଅଞ୍ଚଳକୁ ସିଲ୍ କରିବା ସହିତ ୧୬୩ ଧାରା ଜାରି କରିଛି । ୧୨୦ ଜଣ ପୋଲିସ ମୁତୟନ ହୋଇଛନ୍ତି ।
ମାଜିଷ୍ଟ୍ରେଟ ଓ ପୌରପରିଷଦ ଅଧିକାରୀ ମଧ୍ୟ ଉଚ୍ଛେଦ ସ୍ଥଳରେ ଉପସ୍ଥିତ ରହିଛନ୍ତି । ଆଜି ସକାଳୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଅନେକ ବଡ଼ ବଡ଼ ଅଟ୍ଟାଳିକା ମାଟିରେ ମିଶୁଛି ।