କନକ ବ୍ୟୁରୋ: ଭାରତର ଅଧିକାଂଶ ଘରକୁ ଆସୁଛି ଟ୍ୟାପ୍ ପାଣି । କିଛି ଲୋକ ଏହି ପାଣିକୁ ଫିଲ୍ଟର କରି ପଉଥିବାବେଳେ ଆଉ କିଛି ଏହାକୁ  ସିଧା ଆଣି ବ୍ୟବହାର କରିଥାଆନ୍ତି । ନିକଟରେ କଲମ୍ବିଆ ବିଶ୍ବବିଦ୍ୟାଳୟର ଏକ ନୂଆ ଗବେଷଣାରୁ ଜଣାପଡ଼ିଛି, ଆମେରିକାର ନଳ ପାଣିରେ ଆର୍ସେନିକ୍ ନାମକ ବିଷାକ୍ତ ଉପାଦାନ ମିଳିଛି , ଯାହା ଗର୍ଭସ୍ଥ ଶିଶୁ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ  । ରିସର୍ଚ୍ଚ ଅନୁସାରେ, ପାଣିରେ ଆର୍ସେନିକର ମାତ୍ରା କମ୍ ଥିଲେ ବି ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ । ଏହି ରିସର୍ଚ୍ଚ ଏଥିପାଇଁ ଚିନ୍ତାଜନକ କାରଣ , ପାଖାପାଖି ୨୮ କୋଟି ଲୋକ ପବ୍ଲିକ୍ ସପ୍ଲାଏ ପାଣିକୁ ପିଉଛନ୍ତି । ଏଭଳି ସ୍ଥିତିରେ ଏହି ଲୋକଙ୍କ  ସ୍ବାସ୍ଥ୍ୟ ପ୍ରତି ବିପଦ ଆଶଙ୍କା ରହିଛି ।
 

Advertisment

ଆର୍ସେନିକ୍ କ’ଣ?
ଆର୍ସେନିକ ଏକ ବିଷାକ୍ତ କେମିକାଲ ଯାହା ଭୂତଳ ଜଳରେ ଥାଏ । ଏହା ନଳ ପାଣିରେ ଆସିଥାଏ । ଆମେରିକାର ପାଖାପାଖି ୫୦ ରାଜ୍ୟରେ ପବ୍ଲିକ୍ ୱାଟର ସିଷ୍ଟମ୍ ସପ୍ଲାଏରେ ଆର୍ସେନିକ ମିଳିଛି । ଏହା ପାଖାପାଖି ୨୮ କୋଟି ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଛି  । 

ଆର୍ସେନିକ ମିଶ୍ରିତ ପାଣି ଗର୍ଭବତୀ ମହିଳା ପାନ କରୁଥିଲେ ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ପ୍ରତି ବିପଦ ରହିଛି । ଏହାର ପ୍ରଭାବରେ ଶିଶୁ ସମୟ ପୂର୍ବରୁ ଜନ୍ମ ହୋଇଯାଇପାରେ । ଶିଶୁଠାରେ ଧୀମା ମାନସିକ ବିକାଶ ସହ ଶିଖିବାରେ ଧୀମାପଣ, ଡାଏବେଟିସ୍, ହାର୍ଟ ସମସ୍ୟା, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଭଳି ସମସ୍ୟା ଦେଖାଦେଇପାରେ । ତେଣୁ ନଳ ପାଣିକୁ ପ୍ରତ୍ୟକ୍ଷ ଭାବେ ବ୍ୟବହାର ନକରି ଏହାକୁ ଫିଲ୍ଟର କରି ପିଇବାକୁ ଭୁଲନ୍ତୁ ନାହିଁ ।