Photograph: (kanaknews)
କନକବ୍ୟୁରୋ : ବୌଦ୍ଧ ଜିଆକଟାରେ ବାଣ ବିସ୍ଫୋରଣ ଘଟଣା , ବ୍ୟବସାୟୀ ଆଲୋକଦତ୍ତ କଣ୍ଟିଙ୍କ ଘରେ ପୁଲିସ ପକ୍ଷରୁ ରେଡ୍ । ପୁରୁଣାକଟକ ଏସବିଆଇ କଲୋନୀ ବାସଭବନ ସହ ରୁଗୁଡିପାଲି ସ୍ଥିତି ଭଉଣୀଙ୍କ ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଏସଡ଼ିପିଓ, ୨ଜଣ ଆଇଆଇସି, ଜଣେ ଏସଆଇଙ୍କ ସହ ପୋଲିସ୍ ଫୋର୍ସ ଓ ଅଗ୍ନିଶମ ବିଭାଗର ଏକ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ମାଗି ପ୍ରଧାନଙ୍କ ଘରକୁ ଭଡ଼ାରେ ନେଇ ଏଠାରେ ବାଣ ଗୋଦାମ ଚଳାଇଥିଲେ ଆଲୋକଦତ୍ତ । ଗତକାଲି ଏଠାରେ ବାଣ ବିସ୍ଫୋରଣ ଘଟିଥିବା ବେଳେ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ଜଣେ ମହିଳା ନିଖୋଜ ରହିଥିବା ବେଳେ ୮ରୁ ଅଧିକ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।
Follow Us