କନକ ବ୍ୟୁରୋ : ଦିଲ୍ଲୀ ବିସ୍ଫୋରଣ ପଛରେ ଥିବା ଆତଙ୍କୀ ଡାକ୍ତରଙ୍କୁ ତାଲିମ ଦେବାକୁ ଜୈସ୍ -ଏ -ମହମ୍ମଦ ପଠାଉଥିଲା ଭିଡିଓ । କେମିତି ବୋମା ବନାଯିବ, କେମିତି କେଉଁଠି ବିସ୍ଫୋରଣ କରାଯିବ, ବିଦେଶରୁ ବସି ଆତଙ୍କୀ ସଂଗଠନ ଭିଡିଓ ପଠାଉଥିଲା । କେବଳ ସେତିକି ନୁହେଁ, ହମାସ୍ ଶୈଳୀ ଆପଣାଇ କାଶ୍ମୀରର କିଛି ଡାକ୍ତରଖାନାକୁ ହତିଆର ସଂରକ୍ଷଣ ଆଡ୍ଡା ବନାଇଥାନ୍ତେ ହ୍ବାଇଟ କଲର ଆତଙ୍କୀ ।
- ଆତଙ୍କୀ ଡାକ୍ତରଙ୍କ ମୋବାଇଲରୁ ମିଳିଲା ବଡ଼ ସୁରାଗ୍
- କେମିତି ବୋମା ବନାଯିବ, କେଉଁଠି ବିସ୍ଫୋରଣ କରାଯିବ?
- ଆତଙ୍କୀ ସଂଗଠନ ଜୈସ୍ ପଠାଉଥିଲା ତାଲିମ ଭିଡିଓ
ଯେତିକି ଆଗକୁ ବଢୁଛି ତଦନ୍ତ, ସେତିକି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଦିଲ୍ଲୀ ବିସ୍ଫୋରଣ ଓ ଫରିଦାବାଦ୍ ବିସ୍ଫୋରକ ଜବତ ମାମଲାରେ ସଂପୃକ୍ତ ଆତଙ୍କୀ ଡାକ୍ତରଙ୍କ ମୋବାଇଲ ଓ ଡିଜିଟାଲ ଡିଭାଇସରୁ ମିଳୁଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ।
- ଆତଙ୍କୀ ଡାକ୍ତରଙ୍କ ମୋବାଇଲରୁ ବଡ଼ ସୁରାଗ୍
- ଗିରଫ ଆତଙ୍କୀ ଡାକ୍ତରଙ୍କ ମୋବାଇଲରୁ ମିଳିଛି ୪୦ରୁ ଅଧିକ ଭିଡିଓ
- କେମିତି ଆତ୍ମଘାତୀ ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତ କରାଯାଏ?
- କେମିତି ଓ କେଉଁଠି ଆତ୍ମଘାତୀ ବିସ୍ଫୋରଣ କରାଯିବ?
- ବିଦେଶରୁ ୩ଜଣ ଜୈସ୍ ହ୍ୟାଣ୍ଡେଲର ଡାକ୍ତରଙ୍କୁ ତାଲିମ ଦେଉଥିଲେ
- ଭାରତର ବିଭିନ୍ନ ଧାର୍ମିକସ୍ଥଳ ଓ ପ୍ରମୁଖ ସହରର ଭିଡିଓ ରହିଛି
- ଆତଙ୍କୀ ଡାକ୍ତରଙ୍କ ମୋବାଇଲ ଏଭଳି ଭିଡିଓରେ ଭର୍ତ୍ତି ରହିଛି
- ୨୬ ଲକ୍ଷ ଟଙ୍କାର ଟେରର୍ ଫଣ୍ଡିଂ ଓ ୪ଟି କାର୍ ମିଳିଥିଲା
- ଆତଙ୍କୀ ବ୍ୟବହାର କରୁଥିଲେ ଏଣ୍ଡ ଟୁ ଏଣ୍ଡ ଏନ୍କ୍ରିପସନ୍ ଆପ୍
- ଯେଉଁଥିରେ ତଥ୍ୟ ପ୍ରଘଟ ହେବା ସମ୍ଭାବନା କମ୍ ଥାଏ
କେବଳ ସେତିକି ନୁହେଁ, ଆତଙ୍କୀ ଡାକ୍ତରଙ୍କ ମୋବାଇଲରୁ ଏମିତି କିଛି ଭିଡିଓ ମିଳିଛି, ଯେଉଁଥିରେ ଯୁବବର୍ଗଙ୍କ ବ୍ରେନୱାସ୍ ପାଇଁ ଭଳିକି ଭଳି ଭାଷଣ ରହିଛି। ଯାହାକୁ ଅନ୍ୟ ସହଯୋଗୀ, ଜୁନିଅର ଡାକ୍ତର ଏବଂ ଏମବିବିଏସ ଛାତ୍ରଙ୍କୁ ପଠାଇ ବ୍ରେନୱାସ୍ କରୁଥିଲା ଉମର ନବୀ, ମୁଜାମିଲ ।
ଇଥାନଲ କମ୍ପାନିକୁ ସମ୍ବଲପୁର ଦେଓଗାଁରେ ପ୍ରବଳ ବିରୋଧ, ନିର୍ମାଣ ବନ୍ଦ କରିବା ଦାବିରେ ତାତିଲେ ଲୋକେ
ତଦନ୍ତରୁ ସାମ୍ନାକୁ ଆସିଛି ଆଉ ଏକ ବଡ଼ ତଥ୍ୟ । ଯେଉଁଭଳି ଭାବେ ଗାଜାରେ ଡାକ୍ତରଖାନାକୁ ହମାସ୍ ପ୍ରମୁଖ ଆଡ୍ଡା ବନାଇଛି, ଠିକ୍ ସେହିପରି କିଛି ଯୋଜନା କରିଥିଲେ ଆତଙ୍କୀ ଡାକ୍ତର । ଏମାନଙ୍କ ସିକ୍ରେଟ୍ ଗ୍ରୁପ୍ କାଶ୍ମୀରର କିଛି ଡାକ୍ତରଖାନାକୁ ଅସ୍ତ୍ରଶସ୍ତ୍ର ସଂରକ୍ଷଣ ସ୍ଥଳ ଭାବେ ବ୍ୟବହାର ପାଇଁ ବନାଇଥିଲେ ବ୍ଲୁ ପ୍ରିଣ୍ଟ । ଆତ୍ମଘାତୀ ବିସ୍ଫୋରକ ଓ ହତିଆରକୁ ଏଠି ରଖିବାକୁ ଚାହୁଥିଲେ ଆତଙ୍କୀ । ସେପଟେ ଫରିଦାବାଦରୁ ଜଣେ ମୌଲବୀଙ୍କ ଘରୁ ୨ ହଜାର ୫ଶହ କେଜିର ଆମୋନିଆ ନାଇଟ୍ରେଟ୍ ଜବତ କରାଯାଇଛି । ଅନ୍ୟପଟେ ଆତଙ୍କୀ ଲିଙ୍କରେ ଆଉ ୪ରୁ ଅଧିକ ଡାକ୍ତରଙ୍କୁ ଗିରଫ କରାଯାଇଛି ।
Follow Us