ବହୁ ଚର୍ଚ୍ଚିତ ପୁଲିସ ଏସଆଇ କେଳେଙ୍କାରୀ ମାମଲାରେ ବଡ଼ ମୋଡ଼, ଗିରଫ ଅଭିଯୁକ୍ତ ବ୍ରହ୍ମପୁରରୁ ଝାରପଡା ଜେଲକୁ ହୋଇପାରନ୍ତି ସ୍ଥାନାନ୍ତର

ସୋମବାର ରାତିରୁ ବ୍ରହ୍ମପୁରରେ ଡେରା ପକାଇଛି ସିବିଆଇ ଟିମ୍ ।

Police SI

Police SI Photograph: (KanakNews)

କନକ ବ୍ୟୁରୋ:  ବହୁ ଚର୍ଚ୍ଚିତ ପୁଲିସ ଏସଆଇ କେଳେଙ୍କାରୀ ମାମଲାରେ ବଡ଼ ମୋଡ଼ । ଗିରଫ ହୋଇ ଜେଲରେ ଥିବା ସମସ୍ତ ଅଭିଯୁକ୍ତ ବ୍ରହ୍ମପୁରରୁ ଝାରପଡା ଜେଲକୁ ହୋଇପାରନ୍ତି ସ୍ଥାନାନ୍ତର । ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ।

ପୁଲିସ ଏସଆଇ କେଳେଙ୍କାରୀକୁ ନେଇ ତନାଘନା, କଟକରେ ବସିଥିବା ଏସଆଇଟି ବୈଠକରେ ଆଲୋଚନା କଲେ ଉପାଧ୍ୟକ୍ଷ ଅରିଜିତ୍ ପଶାୟତ

ସିବିଆଇ ଟିମ ବି ଗତକାଲି ରାତିରୁ ବ୍ରହ୍ମପୁରରେ ଡେରା ପକେଇ ରହିଛି । ଆଇନଗତ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ଗତକାଲି ଏହି ମାମଲା ବ୍ରହ୍ମପୁର ଜେଏମଏଫସି କୋର୍ଟରୁ ସିବିଆଇ କୋର୍ଟକୁ ହସ୍ତାନ୍ତର ହୋଇନାହିଁ । ତେଣୁ ଅଭିଯୁକ୍ତଙ୍କୁ ବି ସ୍ଥାନାନ୍ତର କରାଯାଇ ପାରିନଥିଲା । ରାତି ୧୦ ଟା ପର୍ଯ୍ୟନ୍ତ ସିବିଆଇ ଟିମ କୋର୍ଟ ଓ ଜେଲରେ ଅପେକ୍ଷା କରିଥିଲେ ବି ଶେଷରେ ନିରାଶ ହେବାକୁ ପଡିଥିଲା । ତେଣୁ ଆଜି ଏନେଇ ଏକ ବଡ଼ ଅପଡେଟ ଆସିବାକୁ ଯାଉଛି ।  

ଷ୍ଟୋରୀ ଅପଡେଟ୍‌ ହେଉଛି...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe