ଗିରଫ ହୋଇପାରନ୍ତି ଅଭିନେତା ସୋନୁ ସୁଦ;   ଗିରଫ ୱାରେଣ୍ଟ ଜାରିକଲେ କୋର୍ଟ

ଗିରଫ ହୋଇପାରନ୍ତି ଅଭିନେତା ସୋନୁ ସୁଦ ।  ଠକେଇ ଅଭିଯୋଗରେ ସୋନୁଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରିକଲେ ଲୁଧିଆନା କୋର୍ଟ । ୧୦ଲକ୍ଷ ଟଙ୍କାର ଠକେଇ ନେଇ ପୂର୍ବରୁ କରାଯାଇଛି ସମନ ।

sonu sood

sonu sood Photograph: (kanakNews)

କନକ ବ୍ୟୁରୋ: ଅଭିନେତା ସୋନୁ ସୁଦ ହୋଇପାରନ୍ତି ଗିରଫ। ପଞ୍ଜାବ ଲୁଧିଆନା କୋର୍ଟ ସୋନୁଙ୍କ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କହିଛନ୍ତି । ଏକ ଠକେଇ ଅଭିଯୋଗରେ ଲୁଧିଆନା କୋର୍ଟ ଏହି ଗିରଫ ପରୱାନା ଜାରି କରିଛନ୍ତି । କୁହାଯାଉଛି ଲୁଧିଆନା କୋର୍ଟ ୧୦ ଲକ୍ଷ ଟଙ୍କାର ଏକ ଠକେଇ ମାମଲାରେ ପଚରାଉଚରା ପାଇଁ ପୂର୍ବରୁ ସୋନୁଙ୍କ ସମନ ଜାରି କରିଥିଲେ । ହେଲେ ସେ ଏହାର କୌଣସି ଉତ୍ତର ରଖିନଥିଲେ କି କୋର୍ଟରେ ମଧ୍ୟ ହାଜର ହୋଇନଥିଲେ । ଯେଉଁଥିପାଇଁ ଏବେ ଲୁଧିଆନା କୋର୍ଟ ସୋନୁଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe