କନକ ବ୍ୟୁରୋ: ଅଭିନେତା ସୋନୁ ସୁଦ ହୋଇପାରନ୍ତି ଗିରଫ। ପଞ୍ଜାବ ଲୁଧିଆନା କୋର୍ଟ ସୋନୁଙ୍କ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କହିଛନ୍ତି । ଏକ ଠକେଇ ଅଭିଯୋଗରେ ଲୁଧିଆନା କୋର୍ଟ ଏହି ଗିରଫ ପରୱାନା ଜାରି କରିଛନ୍ତି । କୁହାଯାଉଛି ଲୁଧିଆନା କୋର୍ଟ ୧୦ ଲକ୍ଷ ଟଙ୍କାର ଏକ ଠକେଇ ମାମଲାରେ ପଚରାଉଚରା ପାଇଁ ପୂର୍ବରୁ ସୋନୁଙ୍କ ସମନ ଜାରି କରିଥିଲେ । ହେଲେ ସେ ଏହାର କୌଣସି ଉତ୍ତର ରଖିନଥିଲେ କି କୋର୍ଟରେ ମଧ୍ୟ ହାଜର ହୋଇନଥିଲେ । ଯେଉଁଥିପାଇଁ ଏବେ ଲୁଧିଆନା କୋର୍ଟ ସୋନୁଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି।
ଗିରଫ ହୋଇପାରନ୍ତି ଅଭିନେତା ସୋନୁ ସୁଦ; ଗିରଫ ୱାରେଣ୍ଟ ଜାରିକଲେ କୋର୍ଟ
ଗିରଫ ହୋଇପାରନ୍ତି ଅଭିନେତା ସୋନୁ ସୁଦ । ଠକେଇ ଅଭିଯୋଗରେ ସୋନୁଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରିକଲେ ଲୁଧିଆନା କୋର୍ଟ । ୧୦ଲକ୍ଷ ଟଙ୍କାର ଠକେଇ ନେଇ ପୂର୍ବରୁ କରାଯାଇଛି ସମନ ।
/kanak/media/media_files/2025/02/07/lyIBDSWCWR6Sf7Xikybe.jpg)