କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ପାଖ ଗାଁର ଅବସ୍ଥା ଦୟନୀୟ । ୨୦ରୁ ଅଧିକ ବଖରା ଘରେ ରହୁଛନ୍ତି ୫ଶହରୁ ଅଧିକ ଲୋକ । ଘରେ ଜାଗା ନଥିବାରୁ ରାତିରେ ରାସ୍ତା ଉପରେ ଶୋଉଛନ୍ତି ପୁରୁଷ । କେବେ ପଡ଼ିବ ପ୍ରଶାସନର ନଜର ଉଠିଲା ପ୍ରଶ୍ନ । ଜିଲ୍ଲାପାଳଙ୍କ ଅଫିସ ଠାରୁ କେଇ ମିଟର ଦୂରରେ ଏଭଳି ଅବ୍ୟବସ୍ଥା ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ସରକାରୀ ସ୍ତରରେ ବିଭିନ୍ନ ଯୋଜନା ମାନ ପ୍ରଣୟନ କରାଯାଇ ଗରିବ ଲୋକଙ୍କ ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ତେବେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ପାଖରେ ଥିବା ଏହି ଅଞ୍ଚଳର ବିକାଶ କାହିଁକି ହୋଇପାରୁନାହିଁ । ବିକାଶ ପାଇଁ ଆସୁଥିବା ଟଙ୍କା କାହା ପକେଟକୁ ଯାଉଛି ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।