କନକବ୍ୟୁରୋ :  ପାକିସ୍ତାନରେ ସେନା ଯବାନଙ୍କ ଉପରକୁ ଆତ୍ମଘାତୀ ଆକ୍ରମଣ ଘଟଣାରେ ୪୭ ଜଣଙ୍କ ମୃତ୍ୟୁ। ୩୦ ଜଣ ଯବାନ ଆହତ ହୋଇଛନ୍ତି। ବଲୁଚ ଲିବରେସନ୍ ଆର୍ମୀ ମୁଖପାତ୍ର ଏନେଇ ଦାବି କରିଛନ୍ତି ।  ସେ କହିଛନ୍ତି , ସ୍ଥାନୀୟ ଭାରତୀୟ ସମୟ ସଂଧ୍ୟା ୫ଟା ୪୫ରେ ଏହି ଆତ୍ମଘାତୀ ଆକ୍ରମଣ କରାଯାଇଛି । ତୁର୍ବତ ସହରରୁ ୮ କିଲୋମିଟର ଦୂରରେ ଏହି ଆକ୍ରମଣ କରାଯାଇଛି । ଆକ୍ରମଣ ପାଇଁ ବିଏଲଏ ନିଜକୁ ଦାୟୀ କରିଛି । ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରଠାରୁ ପାକିସ୍ତାନ ତାର ପଶ୍ଚିମ ସୀମାନ୍ତ ଅଞ୍ଚଳରେ ପୁଣି ଥରେ ଆତଙ୍କବାଦୀ ହିଂସା ବୃଦ୍ଧି ପାଇବାରେ ଲାଗିଛି ।
---

Advertisment