କନକବ୍ୟୁରୋ : ପୂର୍ବ ସିକିମର ଉଚ୍ଚ ହିମାଳୟ ଅଞ୍ଚଳରେ ହଠାତ୍ ପ୍ରବଳ ତୁଷାରପାତ ମଧ୍ୟରେ, ଭାରତୀୟ ସେନା ପକ୍ଷରୁ ଅପରେସନ୍ ହିମରାହତ ଆରମ୍ଭ ହୋଇଛି। ଫସି ରହିଥିବା ସ୍ଥାନୀୟ ନାଗରିକ ଓ ପର୍ଯ୍ୟଟକଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଅଧିକ ପଢନ୍ତୁ : ବାଂଲାଦେଶରେ ଭିନ୍ନକ୍ଷମ ହିନ୍ଦୁ ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ
ଗୁଆହାଟୀରେ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାୱତ କହିଛନ୍ତି, ହଠାତ୍ ଓ ପ୍ରବଳ ତୁଷାରପାତ ତଥା ଶୂନ ଡିଗ୍ରି ତଳେ ତାପମାତ୍ରା ଯୋଗୁ ସମ୍ବେଦନଶୀଳ ରାସ୍ତାରେ ଅନେକ ପର୍ଯ୍ୟଟକ ଯାନ ଅଟକି ରହିଛି। ପ୍ରତିକୂଳ ପାଗ ଯୋଗୁ ଖୋଲା ଆକାଶ ତଳେ ଲୋକମାନେ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ସେନା କର୍ମଚାରୀମାନେ ତୁରନ୍ତ ପ୍ରଭାବିତ ଅଞ୍ଚଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ସେ କହିଛନ୍ତି ଯେ ଅପରେସନ୍ ସମୟରେ, ମୋଟ ୪୬ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାୀର କରାଯାଇ ନିକଟସ୍ଥ ଏକ ସେନା ଶିବିରକୁ ନିଆଯାଇଛି । ଶିବିରରେ, ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇ ଗରମ ପୋଷାକ, ଗରମ ଖାଦ୍ୟ ଆଦି ଯୋଗାଇ ଦିଆଯାଇଛି । ସେନା ଡାକ୍ତରୀ ଦଳ ସମସ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ୍ କରିଥିଲେ । ଏହା ସହିତ ସେନା ୧୫୦ ରୁ ଅଧିକ ପର୍ଯ୍ୟଟକ ଯାନବାହନକୁ ନିରାପଦ ସ୍ଥାନକୁ ଯିବା ପାଇଁ ସହାୟତା ଯୋଗାଇ ଦେଇଥିଲା ।
ରାୱତ କହିଛନ୍ତି, ଅପରେସନ୍ ହିମରାହତ ଦୁର୍ଗମ ଓ କଷ୍ଟକର ଭୌଗୋଳିକ ପରିସ୍ଥିତିରେ ମାନବିକ ସହାୟତା ତଥା ବିପର୍ଯ୍ୟୟ ସହାୟତା ପ୍ରତି ସେନାର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଛି। ଅତ୍ୟଧିକ ଥଣ୍ଡାରେ ମଧ୍ୟ ସୈନିକମାନେ ରାତିସାରା ଉଦ୍ଧାର କାର୍ଯ୍ୟ କରିଥିବା ସେ କହିଛନ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/23/23bbs_26_23022026_111-2026-02-23-14-44-27.jpg)