କନକ ବ୍ୟୁରୋ :ଗତ କିଛି ଦିନ ପୂର୍ବରୁ ପ୍ରକାଶ ପାଇଥିଲା ଜିଏଫପି ପାୱାରଫାୟାର ଇଣ୍ଡେକ୍ସ ରିପୋର୍ଟ । ଏହି ରିପୋର୍ଟରେ ବିଶ୍ୱ ମହାଶକ୍ତି ତାଲିକାରେ ଭାରତ ୪ର୍ଥ ସ୍ଥାନ ବଜାୟ ରଖିଛି । କିନ୍ତୁ ପୂର୍ବ ଅପେକ୍ଷା ଭାରତର ଶକ୍ତି ବଢିଛି । ନୌସେନାରେ ଅତ୍ୟାଧୁନିକ ଯୁଦ୍ଧ ପୋତ, ଏବଂ ବାୟୁସେନାରେ ଶକ୍ତିଶାଳି ଏୟାରକ୍ରାପ୍ଟକୁ ସାମିଲ କରିଛି ଭାରତ । ଏହାରି ଭିତରେ ସେନାରେ ଆଉ ଏକ ଅସ୍ତ୍ର ସାମିଲ ହେବାକୁ ଯାଉଛି । ଯାହା ଶତ୍ରୁ ଉପରେ ଭରପୁର ଗୁଳିବର୍ଷା କରିବ । ଶତ୍ରୁକୁ ବିନାଶ କରିବ ।

Advertisment

କଲାସନିକୋବ ସିରିଜର ଆଧୁନିକ ଭର୍ଜନ AK-203

ସେନାକୁ ଖୁବଶୀଘ୍ର ମିଳିବାକୁ ଯାଉଛି AK-203 ଆସଲ୍ଟ ରାଇଫଲ୍ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ୭୦ ହଜାର AK-203 ଆସଲ୍ଟ ଲାଇଫଲ ସେନାରେ ସାମିଲ ହେବାକୁ ଯାଉଛି । ଧିରେ ଧିରେ ଇନସାସ୍ରାଇଫଲର ସ୍ଥାନ ନେଉଛି AK-203 ରାଇଫଲ । ଏହି AK-203 ରାଇଫଲରେ ସ୍ୱଦେଶୀ ସାମଗ୍ରୀକୁ 30 ପ୍ରତିଶତକୁ ବୃଦ୍ଧି କରାଯାଇଛି, ସ୍ୱଦେଶୀ ସାମଗ୍ରୀକୁ ଆହୁରି ବୃଦ୍ଧି କରାଯିବ। ଉତ୍କୃଷ୍ଟ କାର୍ଯ୍ୟକ୍ଷମତା, ସ୍ଥାୟୀତ୍ୱ ଏବଂ ଅନୁକୂଳନଶୀଳତା AK-203ର ମାରକ କ୍ଷମତାକୁ ବଢାଇଥାଏ, ଯାହା ଏହାକୁ ଆତଙ୍କବାଦ ବିରୋଧୀ ଅଭିଯାନ ଏବଂ ଉଚ୍ଚ-ଉଚ୍ଚତା ଯୁଦ୍ଧ ସମେତ ବିଭିନ୍ନ ଯୁଦ୍ଧ ପରିସ୍ଥିତି ପାଇଁ ଏକ ବ୍ରହ୍ମାସ୍ତ୍ର ସଜାଉଛି । ତେବେ ୨୦୨୪ରେ ଭାରତୀୟ ସେନାକୁ ୩୫ ହଜାର AK-203 ରାଇଫଲ୍ ମିଳିଥିଲା । ୨୦୨୬ ସୁଦ୍ଧା ଆଉ ଏକ ଲକ୍ଷ ୟୁନିଟ୍ ମିଳିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି ।

AK-203 ରାଇଫଲ କଲାସନିକୋବ ସିରିଜର ଏକ ଆଧୁନିକ ଭର୍ଜନ । ଏହାର ଲକ୍ଷ୍ୟଭେଦି କ୍ଷମତା, ଲାଇଟ୍ ୱେଟ୍ କନଷ୍ଟ୍ରାକ୍ସନ ଏବଂ ଆଡଭାନ୍ସ ଆପ୍ଟିକ୍ସ ସହ ସହାୟକ ଉପକରଣ ଏହାର ମାରକ କ୍ଷମତାକୁ ଅଧିକ ବଢାଇଥାଏ ।

AK-203ର ମାରକ କ୍ଷମତା

ଯଦି ଆମେ AK-203କୁ ଇନସାସ୍ ରାଇଫଲ ସହ ତୁଳନା କରିବା ତେବେ ଇନସାସ ତୁଳନାରେ AK-203 ଅଧିକ ଶକ୍ତିଶାଳି । କାହିଁକି ନା ଇନସାସ୍ ତୁଳନାରେ AK-203ର ଓଜନ ବହୁତ କମ୍ । ବିନା ମାଗାଜିନ୍ ଓ ବିନା ବେଓନେଟରେ ଇନସାସର ଓଜନ ୪.୧୫କେଜି ହୋଇଥିବା ବେଳେ AK-203ର ଓଜନ ୩.୮କେଜି ରହିଛି । ଇନସାସର ଲମ୍ୱ ୯୦୬ ଏମଏମ୍ ହୋଇଥିବା ବେଳେ AK-203ର ଲମ୍ୱ ୭୦୫ ଏମଏମ୍ । ଓଜନ ଏବଂ ଲମ୍ୱ କମ୍ ହୋଇଥିବାରୁ ଏହାକୁ ଉଠାଇ ଶତ୍ରୁ ଉପରେ ଗୁଳି ବର୍ଷା କରିବା ଯବାନଙ୍କ ପାଇଁ ସହଜ ହୋଇଥାଏ ।

ଇନସାରେ 5.56x45mmର ବୁଲେଟ୍ ବ୍ୟବହାର ହେଉଥିବା ବେଳେ AK-203ରେ 7.62x39mmର ବୁଲେଟ୍ ବ୍ୟବହାର ହୋଇଥାଏ । ଯାହା ଅନ୍ୟ ରାଇଫଲର ଗୁଳି ତୁଳନାରେ ଘାତକ ଅଟେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଇନସାର ରେଞ୍ଜ ୪୦୦ ମିଟର ରହିଥିବା ବେଳେ AK-203ର ରେଞ୍ଜ ୮୦୦ ମିଟର ରହିଛି । ଇନସା ସିଙ୍ଗଲ ସର୍ଟ ଓ ତିନି ରାଉଣ୍ଡ ବ୍ରଷ୍ଟ ଫାୟାର କରିଥାଏ । କିନ୍ତୁ AK-203 ଅଟୋମେଟିକ୍ ଚାଲିଥାଏ । କେବଳ ଗୋଟିଏ ମାମଲାରେ ଇନସା AK-203ଠୁ ଆଗରେ ରହିଛି । ଇନସା ଯେଉଁଠି ଗୋଟିଏ ମିନିଟରେ ୬୫୦ ଗୁଳି ବର୍ଷା କରିଥାଏ ସେଠାରେ AK-203ର ୬୦୦ ଗୁଳି ବର୍ଷା କରିବାର କ୍ଷମତା ରହିଛି । ଇନସାରେ ୨୦ରୁ ୩୦ ରାଉଣ୍ଡର ମାଗାଜିନ୍ ଲାଗିଥାଏ । AK-203ରେ ୩୦ରାଉଣ୍ଡର ବକ୍ସ ମାଗାଜିନ୍ ଲାଗିଥାଏ । ଇନସାରେ ମଜଲ ବେଲୋସିଟି ୯୧୫ ମିଟର । ସେହିପରି AK-203 ମଜଲ ବେଲୋସିଟି ୭୧୫ ମିଟର ପ୍ରତି ସେକେଣ୍ଡ ରହିଛି । ଅର୍ଥାତ୍ ଇନସାର ଗୁଳି AK-203 ଗୁଳିଠୁ ଅଧିକ କ୍ଷୀପ୍ର ଗତିରେ ଯାଇଥାଏ । ଇନସାରେ ଇନବିଲ୍ଟ ଆଇରନ୍ ସାଇଟ୍, ମାଉଣ୍ଟ ପଏଣ୍ଟ ଲଗାଯାଇ ପାରିବ । ଏହାଦ୍ୱାରା ଦୁରବିକ୍ଷଣ ଯନ୍ତ୍ର ସାହାଯ୍ୟରେ ଶତ୍ରୁକୁ ଦେଖାଯାଇପାରିବ । କିନ୍ତୁ ଏ ମାମଲାରେ AK-203 ବହୁତ ଆଗରେ । AK-203ରେ ଆଡଜସଟେବୁଲ୍ ଆଇରନ୍ ସାଇଟ୍ ସହ ପିକେଟିନ୍ ରେଲ୍ ଲଗିଛି । ଯେଉଁଥିରେ ବିଶ୍ୱର ଯେକୌଣସି ଦୁରବିକ୍ଷଣ ଯନ୍ତ୍ରକୁ ଏଥିରେ ଫିଟ୍ କରିପାରିବେ ।