ଜମ୍ମୁ-କାଶ୍ମୀର କୁଲଗାମରେ ୯ ଦିନ ହେବ ଜାରି ରହିଛି ସେନାର ସର୍ଚ୍ଚ ଅପରେସନ, ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨  ଯବାନ ସହିଦ

କାଶ୍ମୀରର କୁଲଗାମ ଜିଲ୍ଲାର ଅଖାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଭାରତୀୟ ସେନାର ମୁକାବିଲା ୯ମ ଦିନରେ ଜାରି ରହିଛି । ରାତିରେ ହୋଇଥିବା ଏହି ଏନକାଉଣ୍ଟରରେ ଦୁଇ ଯବାନ ସହିଦ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛି ।

46

କନକ ବ୍ୟୁରୋ : ଜମ୍ମୁ ଓ କାଶ୍ମୀର କୁଲଗାମ ଏନକାଉଣ୍ଟରରେ ୨ ଯବାନ ସହିଦ, ଜଣେ ଆତଙ୍କବାଦୀ ନିହତ ।  ୯ ଦିନରେ ପହଞ୍ଚିଛି ଏନକାଉଣ୍ଟର । ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାର ଅଖାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଭାରତୀୟ ସେନାର ମୁକାବିଲା ୯ମ ଦିନରେ ଜାରି ରହିଛି । ରାତିରେ ହୋଇଥିବା ଏହି ଏନକାଉଣ୍ଟରରେ ଦୁଇ ଯବାନ ସହିଦ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏପର୍ଯ୍ୟନ୍ତ  ଜଣେ ଆତଙ୍କବାଦୀଙ୍କ ଶବ ଉଦ୍ଧାର ହୋଇଛି ।

ଏହି ଅପରେସନରେ ଭାରତୀୟ ସେନା, ଜମ୍ମୁ ଓ କାଶ୍ମୀର ପୁଲିସ, ସିଆରପିଏଫ୍‌ ଏବଂ ସ୍ପେଶାଲ ଅପରେସନ୍ସ ଗ୍ରୁପ୍‌ ସାମିଲ ଅଛନ୍ତି । ଅଖାଲ ଜଙ୍ଗଲରେ ଅଗଷ୍ଟ ୧ରୁ ଆରମ୍ଭ ହୋଇଥିବା ଅପରେସନ୍‌ ଅଖାଲରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ଘେରିଛି । ଏନକାଉଣ୍ଟରରେ ୨ ଯବାନ ସହିଦ, ଜଣେ ଆତଙ୍କବାଦୀ ନିହତ । ସୂଚନା ଅନୁଯାୟୀ, ଘନ ଜଙ୍ଗଲ ଏବଂ ଗୁମ୍ଫା ଭଳି ଆଡ୍ଡାର ସୁଯୋଗ ନେଇ ଅତି କମରେ ତିନି କିମ୍ବା ତା’ଠାରୁ ଅଧିକ ଆତଙ୍କବାଦୀ ଏବେ ବି ଲୁଚି ରହିଛନ୍ତି । ଏହି ଅପରେସନ୍ ଗତ କିଛି ଦଶନ୍ଧି ମଧ୍ୟରେ ସବୁଠାରୁ ଦୀର୍ଘକାଳୀନ ଆତଙ୍କୀ ବିରୋଧୀ ଅପରେସନ୍ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe