ବିଜୟା ଦଶମୀରେ ସେନାର ଶସ୍ତ୍ର ପୂଜା, ଦେଶର ସୀମାରେ ମୁତୟନ ସୈନ୍ୟ କଲେ ଶକ୍ତି ଆରାଧନା

ଗୁଜରାଟ ଭୁଜରେ ସେନା ସହ ମିଶି ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ସେନାର ଶସ୍ତ୍ର ପୂଜା

ସେନାର ଶସ୍ତ୍ର ପୂଜା Photograph: (Kanaknews)

କନକ ବ୍ୟୁରୋ:  ବିଜୟା ଦଶମୀ ଅବସରରେ ସେନାର ଶସ୍ତ୍ର ପୂଜା । ରାଜସ୍ଥାନର ଜୈସାଲମେରରେ ଭାରତ-ପାକିସ୍ଥାନ ସୀମାରେ ମୁତୟନ ବିଏସଏଫ ଟିମ୍ ଦୁର୍ଗାପୂଜା ଅବସରରେ ପାରମ୍ପରିକ ଶସ୍ତ୍ର ପୂଜା ପାଳନ କରିଛି । ଏହା ରାମାୟଣ ଓ ମହାଭାରତ କାଳରୁ ଚାଲିଆସୁଥିବା ପୁରୁଣା ରୀତିନୀତିର ଏକ ଅଂଶ ।

ଆର୍ଟିଲାରି ରେଜିମେଣ୍ଟରେ ସୈନିକମାନେ ତାଙ୍କ ଶସ୍ତ୍ର ସମୂହ, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀକୁ ଦେବୀଶକ୍ତି ରୂପରେ ପୂଜା କରିଥିଲେ । ଶସ୍ତ୍ରଗୁଡ଼ିକୁ ତିଳକ ଲଗାଇ  ନଡ଼ିଆ ଭଙ୍ଗା ଯାଇଥିଲା ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe