ବନ୍ଧୁକ ମୂନରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଦୁଷ୍କର୍ମ ଅଭିଯୋଗ ; ସେନାଧିକାରୀଙ୍କୁ ନିସ୍ତୁକ ମାଡ

ବନ୍ଧୁକ ମୂନରେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଦୁଷ୍କର୍ମ ଅଭିଯୋଗ ; ସେନାଧିକାରୀଙ୍କୁ ନିସ୍ତୁକ ମାଡ , ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ଦୁଷ୍କର୍ମ ଅଭିଯୋଗ ; ମଧ୍ୟପ୍ରଦେଶରେ ଅଭାବନୀୟ ଘଟଣା ।

Gangraped

କନକ ବ୍ୟୁରୋ: ସାରା ଦେଶକୁ ଆଚମ୍ବିତ କରିଛି ମଧ୍ୟପ୍ରଦେଶରୁ ଆସିଥିବା ଏକ ଲଜ୍ଜାଜନକ ଘଟଣା । ସେନା ଅଧିକାରୀଙ୍କୁ ଆକ୍ରମଣ। ସାଙ୍ଗରେ ଥିବା ମହିଳା ସହଯୋଗଙ୍କୁ ଦୁର୍ବ୍ୟବହାର। ଏପରିକି ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । 

ଇନ୍ଦୌରରେ ପିକନିକ୍ କରୁଥିବା ଦୁଇ ସେନାଧିକାରୀ ଏବଂ ସେମାନଙ୍କର ଦୁଇ ମହିଳା ବାନ୍ଧବୀଙ୍କୁ ଆକ୍ରମଣ କରିଥିଲେ ୭-୮ଦୁର୍ବୃତ୍ତ । ୨ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ସୂଚନା ଅନୁସାରେ, ୨ ସେନା ଅଧିକାରୀ ମଙ୍ଗଳବାର ସେମାନଙ୍କର ଦୁଇ ମହିଳା ସାଙ୍ଗଙ୍କ ସହ ପିକନିକ୍ କରିବାକୁ ଯାଇଥିଲେ । ରିପୋର୍ଟ ଅନୁଯାୟୀ, ଦୁଷ୍କର୍ମକାରୀମାନେ ବନ୍ଧୁକ ମୁନରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଜଣେ ସେନା ଅଧିକାରୀଙ୍କୁ ମଧ୍ୟ ବନ୍ଧକ ରଖାଯାଇଥିଲା ଏବଂ ୧୦ ଲକ୍ଷ ଟଙ୍କା ମୂଲ୍ୟ ଦେଲେ ଛଡାଯିବ ବୋଲି  ଦାବି କରାଯାଇଥିଲା। ସେନା ଅଧିକାରୀ ପାଖରେ ଏତେ ଟଙ୍କା ନାହିଁ  କହିବାରୁ ଦୁର୍ବୃତ୍ତମାନେ ଜଣେ ସେନା ଅଧିକାରୀଙ୍କୁ ଟଙ୍କା ଯୋଗାଡ କରିବାକୁ ଛାଡିଥିଲେ ଏବଂ ଟଙ୍କା ଆଣିବା ବିଳମ୍ବ ହେବା କ୍ଷଣି ବନ୍ଧକ ରଖିଥିବା ସେନା ଅଧିକାରୀଙ୍କୁ ପିଟିବା ଆରମ୍ଭ କରିଥିଲେ ଦୁର୍ବୃତ୍ତ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ସମସ୍ତ ଅଭିଯୁକ୍ତ ପଳାଇ ଯାଇଥିଲେ। 

ବଡଗୋନ୍ଦୋ ଥାନା ଅଧିକାରୀ ଲୋକେନ୍ଦ୍ର ସିଂ ହିରୋରେ କହିଛନ୍ତି  ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ମୋହୋ-ମଣ୍ଡେଶ୍ୱର ଠାରେ ସେନା ଅଧିକାରୀ ମାନେ ପିକନିକ କରୁଥିବା ବେଳେ ସେଠାରେ ପଂହଚିଥିଲେ ୭ ଜଣ ଅଜ୍ଞାତ ଦୁଷ୍କର୍ମକାରୀ । କିଛି ସମୟ ଭିତରେ ସେନା ଅଧିକାରୀଙ୍କ ଉପରେ କରିଥିଲେ ଅତର୍କିତ ଆକ୍ରମଣ । 

ଇନ୍ଦୌର ଗ୍ରାମୀଣ ଏସ୍ପି ହିତିକା ଭାସଲ କହିଛନ୍ତି "ଡକାୟତି, ଅସ୍ତ୍ରଶସ୍ତ୍ର ଆଇନ ଏବଂ ବଳାତ୍କାର ସମ୍ପର୍କିତ ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି। ଦୁଇଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ଅଧିକାରୀ କହିଛନ୍ତି ଯେ ପୀଡିତା ଏପର୍ୟ୍ୟନ୍ତ ତାଙ୍କ ବିବୃତ୍ତି ରେକର୍ଡ କରିନାହାଁନ୍ତି। ଅବଶିଷ୍ଟ ୬ଜଣ ଦୁଷ୍କର୍ମକାରୀଙ୍କୁ ଚିହ୍ନଟ କରାଯାଇଛି। ରିପୋର୍ଟ ଦାଖଲ ନହେବା ପର୍ୟ୍ୟନ୍ତ ଏସପି ଭାସାଲ, ଅତିରିକ୍ତ ଏସପି ରୂପେଶ ଦ୍ୱିବେଦୀ ଏବଂ ଅନ୍ୟ ଅଧିକାରୀ ମାନପୁରରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe