କନକବ୍ୟୁରୋ: ଦେଶ ପାଇଁ ସହିଦ ହେଲା ସେନାର କୁକୁର ଫ୍ୟାଣ୍ଟମ୍ । ଗତକାଲି ଆତଙ୍କୀଙ୍କ ସହ ଲଢେଇ ବେଳେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛି ସେନାର କୁକୁର ଫ୍ୟାଣ୍ଟମ୍ । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ସମୟରେ ସେନାର କୁକୁର ଫ୍ୟାଣ୍ଟମକୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ ।
ଆହତ ଅବସ୍ଥାରେ ତାର ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଯାଇ ପାରିନଥିଲା । ଏହିଭଳି ଭାବେ ସେନାର ସାହସୀ ସାଥୀ ଫ୍ୟାଣ୍ଟମ ସହିଦ ହୋଇଥିଲା । ସୁନ୍ଦରବନୀ ସେକ୍ଟରରେ ସେନାର ଅପରେସନରେ ସେନାର କୁକୁର ଫ୍ୟାଣ୍ଟମ ମଧ୍ୟ ସାମିଲ ଥିଲା ।
ଏନକାଉଣ୍ଟର ସମୟରେ ଫ୍ୟାଣ୍ଟମକୁ ଆତଙ୍କବାଦୀମାନେ ଗୁଳି କରିଥିଲେ । ଏଥିରେ ଫ୍ୟାଣ୍ଟମ୍ ଗୁରୁତର ଆହତ ହୋଇଥିଲା, ତାହାର ଚିକିତ୍ସା କରାଯାଇଥିଲେ ବି ତାକୁ ବଞ୍ଚାଯାଇ ପାରିନଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/10/29/MOFsPiEzwdZdUGa0WYEw.jpg)