କନକବ୍ୟୁରୋ: ମେଜରଙ୍କ ସପକ୍ଷରେ ବାହାରିଲା ସେନା। ଭରତପୁର ଥାନାରେ ସେନାଧିକାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ତଥା ଅବସରପ୍ରାପ୍ତ ସେନାଧିକାରୀଙ୍କ ଝିଅକୁ ମାଡ଼ ଘଟଣାକୁ ନେଇ ଚିଠି । ହାଇକୋର୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ସେନାଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍. ଶେଖାୱତ୍। ହାଇକୋର୍ଟ ନିଜ ଆଡୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ପି.ଏସ୍. ଶେଖାୱତ୍ । 

Advertisment

ଏନେଇ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଥାନାରେ ସେନା ଅଧିକାରୀଙ୍କ ସମ୍ମାନହାନି ହୋଇଛି । ଏଥିସହ ତାଙ୍କ ବାନ୍ଧବୀ ଜଣେ ଅବସରପ୍ରାପ୍ତ ସେନାଧିକାରୀଙ୍କ ଝିଅ ହୋଇଥିଲେ ବି ତାଙ୍କୁ ଦୁର୍ବ୍ୟବହାର କରଯାଇଛି । ଯାହାକୁ ଗୁରୁତର ସହ ନେଇ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ଚିଠି ଲେଖିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍. ଶେଖାୱତ୍ ।