କନକବ୍ୟୁରୋ : ଅପରେସନ ସିନ୍ଦୂରକୁ ନେଇ କିଛି ନୂଆ ତଥ୍ୟ ରଖିଛନ୍ତି ସ୍ଥଳସେନା ମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ   ।  ପହଲଗାମ ପ୍ରତିଶୋଧ ନେବାକୁ ଭାରତ ସରକାର ଓ ଭାରତୀୟ ସେନାର  କ’ଣ ଥିଲା  ରଣନୀତି  ? କେମିତି ବିଚାର ବିମର୍ଶ କରାଯାଇ ଗୋଟି ଗୋଟିର ହିସାବ ନିଆଯାଇଛି ଏନେଇ ସାର୍ବଜନୀନ ଭାବେ ବୟାନ ଦେଇଛନ୍ତି ସ୍ଥଳସେନା ମୁଖ୍ୟ  ।

Advertisment

କେମିତି ଥିଲା ‘ଅପରେସନ ସିନ୍ଦୂର’ରଣନୀତି
-ଏପ୍ରିଲ ୨୨ରେ ପହଲଗାମ ଆକ୍ରମଣ
-ସେହିଦିନ ସେନାର ଶୀର୍ଷ ଅଧିକାରୀ, ବରିଷ୍ଠ ରାଜନେତା ଏବଂ ସୁରକ୍ଷା ମନ୍ତ୍ରଳାୟ ମଧ୍ୟରେ ବୈଠକ
-ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ, ବାସ୍ ବହୁତ ହୋଇଗଲା, ବର୍ତ୍ତମାନ ନିର୍ଣ୍ଣାୟକ ନିଷ୍ପତ୍ତି ନେବ ଭାରତ
-ଏପ୍ରିଲ ୨୩ରେ ପୁଣି ଶୀର୍ଷ ସେନାଧିକାରୀ ଓ ନେତାଙ୍କ ମଧ୍ୟରେ ବୈଠକ

-ସେନାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ମିଳିଥିଲା, ମନୋବଳ ବଢ଼ିଥିଲା
-ଏପ୍ରିଲ ୨୫ରେ ନର୍ଦର୍ନ କମାଣ୍ଡ ଅପରେସନ ସିନ୍ଦୂର ଉପରେ ବିଚାର କରିଥିଲେ
-୯ ଯୋଜନାବଦ୍ଧ ଟାର୍ଗେଟ ମଧ୍ୟରୁ ୭ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆକ୍ରମଣ ପାଇଁ ବଛା ଯାଇଥିଲା
-କେମିତି ଅପରେସନକୁ ସଫଳ କରାଯିବ, କାର୍ଯ୍ୟକାରୀ କରାଯିବ

-କେଉଁ ଦାୟିତ୍ବରେ କିଏ ରହିୱେ, ବିଚାର ଓ ବିମର୍ଶ କରାଗଲା
-ଏପ୍ରିଲ ୨୯ରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ୩ ସେନାମୁଖ୍ୟ

-ଅପରେସନ ସିନ୍ଦୂରର ରଣନୀତି ଚେସ୍ ଖେଳିବା ଭଳି ଥିଲା
-କାରଣ ଭାରତ ଜାଣିନଥିଲା ଶତ୍ରୁ କେଉଁ ପଦକ୍ଷେପ ନେବାକୁ ଯାଉଛି?
- ଅପରେସନ ସିନ୍ଦୂର ଗ୍ରେ ଜୋନରେ ହୋଇଥିଲା, ଯାହା ପାରମ୍ପରିକ ସାମରିକ ମୁକାବିଲାଠାରୁ ଭିନ୍ନ  
-ଯୋଜନା ମୁତାବକ ଶତ୍ରୁଙ୍କୁ ଟାର୍ଗେଟ କରାଗଲା ଓ ସଫଳ ହେଲା ଅପରେସନ ସିନ୍ଦୂର