କନକବ୍ୟୁରୋ : ବିସ୍ଫୋରଣରେ ଉଡିଲା ଆତଙ୍କବାଦୀର ଘର । ଆତଙ୍କବାଦୀ ଆସିଫ୍ ଶେଖ୍‌ ଓ ଆଦିଲ ଗୁରି ର ଘରକୁ ଆଇଡି ବିସ୍ଫୋରଣରେ ଉଡାଇ ଦିଆଯାଇଛି  । ଜମ୍ମୁକାଶ୍ମୀରର ତ୍ରାଲ ଓ ବିଜ୍‌ବେହାରାରେ ଥିବା ଘରକୁ ମାଟିରେ ମିଶାଇ ଦେଇଛି ଭାରତୀୟ ସେନା  ।  ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଆସିଫ୍‌ର ସମ୍ପୃକ୍ତି ଥିବା ସନ୍ଦେହରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି  ।  ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଯେଉଁ ସ୍କେଚ୍ ଓ ଫଟୋ ଜାରି କରାଯାଇଥିଲା । ସେଥିରେ ଆସିଫ୍‌ ଓ ଆଦିଲ ସମ୍ପୃକ୍ତି ରହିଥିବା ପ୍ରମାଣ ମିଳିଛି ।
---