କନକ ବ୍ୟୁରୋ : ସଚିନଙ୍କ ପୁଅ ଅର୍ଜୁନଙ୍କ ବିରଳ ରେକର୍ଡ । କ୍ରିକେଟ ଫିଲ୍ଡରେ ବ୍ୟାଟରଙ୍କ ନିଦ ହଜାଇଦେଇଛନ୍ତି ଅର୍ଜୁନ। ବୋଲିଂରେ ଦେଖାଇଛନ୍ତି ଚମକ୍ରାରିତା । କର୍ଣ୍ଣାଟକ ବିପକ୍ଷ ମ୍ୟାଚରେ ଅର୍ଜୁନ ହାତେଇଥିଲେ ୯ଟି ୱିକେଟ । ଗୋଆ ତରଫରୁ ଖେଳୁଛନ୍ତି ଅର୍ଜୁନ ତେନ୍ଦୁଲକର । କର୍ଣ୍ଣାଟକରେ ଖେଳାଯାଉଛି ଥିମାପ୍ପିୟା ମେମୋରିଆଲ ଟୁର୍ଣ୍ଣାମେଂଟ, ଟସ ଜିତି ବ୍ୟାଟିଂ କରିଥିଲା କର୍ଣ୍ଣାଟକ । ହେଲେ କର୍ଣ୍ଣାଟକର ବ୍ୟାଟର ଉଚିତ ମୁକାବିଲା କରିପାରିନଥିଲେ ଅର୍ଜୁନଙ୍କର ଏବଂ ପ୍ରଥମ ଇନିଙ୍ଗସରେ କର୍ଣ୍ଣାଟକ ମାତ୍ର ୧୦୩ ରନ କରିଥିଲା । ପ୍ରଥମ ଇନିଙ୍ଗସରେ ଅଜୁର୍ନ ୧୩ ଓଭର ବୋଲିଂ କରି ୫ୱିକେଟ ନେଇଥିଲେ ଏବଂ ଦ୍ବିତୀୟ ଇଂନିଙ୍ଗସରେ ମଧ୍ୟ ଅର୍ଜୁନ ଅନୁରୁପ ଭାବେ କର୍ଣ୍ଣାଟକ ବ୍ୟାଟିଂ ଲାଇନଅପ-ର ମେରୁଦଣ୍ଡ ଭାଙ୍ଗିଥିଲେ ଏବଂ ୪ଟି ୱିକେଟ ନେବାରେ ସଫଳ ହୋଇଥିଲେ ।