ରେଡ୍ ବେଳେ ସିବିଆଇ ଅଧିକାରୀଙ୍କ ସହ ଆଇଏଏସ ବିଷ୍ଣୁପଦଙ୍କ କଥା କଟାକଟି ... ମଝିରେ ଗଣମାଧ୍ୟମ ; ସତ କ’ଣ?

କୌଣସି ସ୍ଥାନରେ ସିବିଆଇ ରେଡ ହେଉଥିବାବେଳେ ସେ ସ୍ଥାନରେ କାହାରି ପ୍ରବେଶ ଅନୁମତି ନଥିବାବେଳେ ଗଣମାଧ୍ୟମ ବିଷ୍ଣୁପଦଙ୍କ କ୍ୟାମ୍ପସରେ ପହଂଚିଥିଲା। ଏହାକୁ ବିରୋଧ କରିଥିଲେ ସିବିଆଇ ଅଧିକାରୀ।

ସିବିଆଇ ରେଡ୍

ସିବିଆଇ ରେଡ୍ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଆଜି ସକାଳୁ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ଚାଲିଛି ମାରାଥନ୍ ରେଡ୍। ଏକ କମ୍ପାନୀକୁ ବ୍ୟକ୍ତିଗତ ଅନୁକମ୍ପା ଦେଖାଇ ଟେଣ୍ଡର ଫିକ୍ସିଂ କରିବା ଅଭିଯୋଗ ସହ ଏକାଧିକ ଅଭିଯୋଗରେ ଫଶିଛନ୍ତି ବିଷ୍ଣୁପଦ। ଏନେଇ ତାଙ୍କୁ ସିବିଆଇ କୋର୍ଟରେ ହାଜର ହେବାରେ ସମନ୍ ହୋଇଥିବାବେଳେ ସେ କିନ୍ତୁ ହାଜର ହୋଇନଥିଲେ। ଫଳରେ ଆଜି ସିବିଆଇ ତାଙ୍କ ଘରେ ପହଞ୍ଚିଥିଲା।


 

କୌଣସି ସ୍ଥାନରେ ସିବିଆଇ ରେଡ ହେଉଥିବାବେଳେ ସେ ସ୍ଥାନରେ କାହାରି ପ୍ରବେଶ ଅନୁମତି ନଥିବାବେଳେ ଗଣମାଧ୍ୟମ ବିଷ୍ଣୁପଦଙ୍କ କ୍ୟାମ୍ପସରେ ପହଂଚିଥିଲା। ଏହାକୁ ବିରୋଧ କରିଥିଲେ ସିବିଆଇ ଅଧିକାରୀ। ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ଓ ସିବିଆଇ ଅଧିକାରୀଙ୍କ ମଧ୍ୟରେ କଥା ଚାଲିଥିବାବେଳେ ସେଠାରେ ପହଞ୍ଚିଥିଲେ ବିଷ୍ଣୁପଦ ଓ ତାଙ୍କ ପତ୍ନୀ। ଗଣମାଧ୍ୟମ ଆଗରେ ନିଜର ସଫେଇ ରଖିବାକୁ ଚେଷ୍ଟା କରିଥିଲେ ବିଷ୍ଣୁପଦ ଓ ତାଙ୍କ ପତ୍ନୀ । ହେଲେ ଏହା ଅନୁଚିତ କହିବା ସହ ଜଣେ ବରିଷ୍ଠ ଆଇଏଏସ୍ ଭାବେ ନୀତିନିୟମ ଜାଣିନାହାଁନ୍ତି କି ବୋଲି ପଚାରିଥିଲେ ସିବିଆଇ ଅଧିକାରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe