କନକବ୍ୟୁରୋ : ଶୀତଦିନେ ଆସିଲେ ଆମ ଚେହେରା ତ୍ୱଚାରେ ଅନେକ ପରିବର୍ତ୍ତନ ଦେଖାଯାଏ । କାରଣ ଏହି ଦିନରେ ଅନେକ ପରିବର୍ତ୍ତନ ଦେଖାଯାଏ । ଥଣ୍ଡା ପବନ ଏବଂ ଶୁଷ୍କ ପାଣିପାଗ ଯୋଗୁଁ ଆମ ତ୍ୱଚାରେ ଅନେକ ପରିବର୍ତ୍ତନ ଦେଖାଦିଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି, ଶୀତଦିନେ ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା କେବଳ ଓଠ ହିଁ କାହିଁକି ଅଧିକ ଫାଟେ? ଅନେକ ସମୟରେ ଓଠ ଫାଟି ରକ୍ତ ମଧ୍ୟ ବାହାରିଥାଏ, ଯାହା ବହୁତ କଷ୍ଟଦାୟକ ହୋଇଥାଏ। କେବଳ ଏତିକି ନୁହେଁ ଓଠ ଶୁଷ୍କ ହେବା ସହ ଓଠରୁ ଚମ ଛାଡିବା ଆରମ୍ଭ ହୁଏ ।
ଏନେ ଆସନ୍ତୁ ଜାଣିବା ଏହାର କାରଣ …..
ତୈଳ ଗ୍ରନ୍ଥିର ଅଭାବ: ଆମ ଶରୀରର ଅନ୍ୟ ଚର୍ମରେ ତୈଳ ଗ୍ରନ୍ଥି ଥାଏ, ଯାହା ତ୍ୱଚାକୁ ପ୍ରାକୃତିକ ଭାବେ କୋମଳ ରଖେ । କିନ୍ତୁ ଓଠରେ କୌଣସି ତୈଳ ଗ୍ରନ୍ଥି ନଥାଏ, ତେଣୁ ଏହା ବାହାର ପବନ ସଂସ୍ପର୍ଶରେ ଆସି ଶୀଘ୍ର ଶୁଖିଯାଏ ।
୨. ପତଳା ଚର୍ମ: ଓଠର ଚର୍ମ ଆମ ଶରୀରର ଅନ୍ୟ ଅଂଶ ଅପେକ୍ଷା ବହୁତ ପତଳା ଓ ସମ୍ବେଦନଶୀଳ ହୋଇଥାଏ । ତେଣୁ ଶୀତଦିନର ଶୁଷ୍କ ପବନ ଏହାକୁ ସହଜରେ ପ୍ରଭାବିତ କରିଥାଏ ।
୩. ଶୁଷ୍କ ଓଠକୁ ବାରମ୍ୱାର ଜିଭ ବୁଲାଇବା : ଅନେକ ଲୋକ ଓଠ ଶୁଖିଗଲେ ଜିଭରେ ଓଠକୁ ଓଦା କରନ୍ତି। ଲାଳରେ ଥିବା ଏନଜାଇମ୍ ଓଠକୁ ଆହୁରି ଅଧିକ ଶୁଷ୍କ କରିଦିଏ, ଯାହା ଫଳରେ ଓଠ ଫାଟିବା ବଢିଯାଏ।
୪. ଜଳୀୟ ଅଂଶର ଅଭାବ: ଶୀତଦିନେ ଆମେ କମ୍ ପାଣି ପିଇଥାଉ। ଶରୀରରେ ଜଳୀୟ ଅଂଶ କମିଗଲେ ଏହାର ପ୍ରଭାବ ପ୍ରଥମେ ଓଠ ଉପରେ ପଡେ।
ଓଡ଼ିଶାରେ ଧିମେଇଛି ଫାଇଭ୍-ଜି ସେବା, ଆରମ୍ଭ ହେବାର ୩ ବର୍ଷ ପରେ ବି ୪୦ ପ୍ରତିଶତ ଅଞ୍ଚଳରେ ପହଞ୍ଚି ପାରିନି 5G
ଏବେ ଜାଣିଲେ ଏହାର କାରଣ , ଏବେ ଜାଣନ୍ତୁ ଘରୋଇ ଉପାୟରେ କିପରି ନେବେ ଓଠର ଯତ୍ନ …
୧. ମହୁ ଏବଂ ଚିନିର ସ୍କ୍ରବ୍:
ଓଠରୁ ଶୁଷ୍କ ଚର୍ମ ବାହାର କରିବା ପାଇଁ ସ୍କ୍ରବିଂ ବହୁତ ଜରୁରୀ । ଅଳ୍ପ ମହୁରେ ଚିନି ମିଶାଇ ଓଠରେ ହାଲୁକା ଭାବେ ମାଲିସ କରନ୍ତୁ । ଏହା ଓଠକୁ ସଫା କରିବା ସହ ରକ୍ତ ସଞ୍ଚାଳନ ବଢାଇଥାଏ, ଯାହାଦ୍ୱାରା ଓଠ ସତେଜ ଦେଖାଯାଏ।
୨. ନଡ଼ିଆ ତେଲ କିମ୍ବା ଘିଅ:
ରାତିରେ ଶୋଇବା ପୂର୍ବରୁ ଓଠରେ ଶୁଦ୍ଧ ନଡ଼ିଆ ତେଲ କିମ୍ବା ଦେଶୀ ଘିଅ ଲଗାନ୍ତୁ। ଏଥିରେ ଥିବା ଫ୍ୟାଟି ଏସିଡ୍ ଓଠକୁ ଭିତରୁ ମଶ୍ଚରାଇଜ୍ କରେ ଏବଂ ଫାଟିବାକୁ ରୋକିଥାଏ।
୩. କ୍ଷୀର ସର ଏବଂ ହଳଦୀ:
କ୍ଷୀର ସରରେ ଅଳ୍ପ ହଳଦୀ ମିଶାଇ ଓଠରେ ଲଗାନ୍ତୁ । ଏହା ଏକ ପ୍ରାକୃତିକ କଣ୍ଡିସନର ଭଳି କାମ କରେ । ଏହା କଳା ଓଠକୁ ମଧ୍ୟ ସୁନ୍ଦର ଓ ନରମ କରିବାରେ ବହୁତ ସାହାଯ୍ୟ କରିଥାଏ।
୪. ବିଟ୍ରୁଟ୍ ର ବ୍ୟବହାର:
ଓଠକୁ ପ୍ରାକୃତିକ ଗୋଲାପୀ ରଙ୍ଗ ଦେବା ପାଇଁ ବିଟ୍ରୁଟ୍ ସବୁଠାରୁ ଭଲ । ବିଟ୍ରୁଟ୍ର ଏକ ଛୋଟ ଖଣ୍ଡ ନେଇ ଓଠରେ ଘଷନ୍ତୁ । ଏହା ଓଠର କଳାପଣ ଦୂର କରିଥାଏ।
୫. ପ୍ରଚୁର ପାଣି ପିଅନ୍ତୁ:
କେବଳ ବାହ୍ୟ ଯତ୍ନ ଯଥେଷ୍ଟ ନୁହେଁ। ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଦିନକୁ ଅତିକମରେ ୮-୧୦ ଗ୍ଲାସ୍ ପାଣି ପିଅନ୍ତୁ । ଏହା ଓଠକୁ ସତେଜ ରଖିବ।
୬. ଗୋଲାପ ଫୁଲର ପାଖୁଡା:
କିଛି ଗୋଲାପ ପାଖୁଡାକୁ କ୍ଷୀରରେ ଭିଜାଇ ରଖନ୍ତୁ ଏବଂ ପରେ ଏହାର ପେଷ୍ଟ ତିଆରି କରି ଓଠରେ ଲଗାନ୍ତୁ । ଏହା ଓଠର କୋମଳତା ବଜାୟ ରଖେ।
ଏବେ ଜାଣନ୍ତୁ ଓଠ ଫାଟିବା ସମୟରେ କଣ କରିବେ ନାହିଁ , ଯାହାଦ୍ୱାରା ଓଠ ଆଲାର୍ଜି ମଧ୍ୟ ହୋଇପାରେ …
ଫାଟିଥିବା ଓଠର ଚମଡାକୁ ନଖରେ ଟାଣନ୍ତୁ ନାହିଁ ।
ଅଧିକ କେମିକାଲ୍ ଥିବା ଲିପ୍ଷ୍ଟିକ୍ ବ୍ୟବହାର କରନ୍ତୁ ନାହିଁ ।
ଧୂମ୍ରପାନରୁ ଦୂରେଇ ରୁହନ୍ତୁ, କାରଣ ଏହା ଓଠକୁ କଳା କରିଦିଏ। ଶୀତଦିନେ ଓଠର ଯତ୍ନ ନେବା ପାଇଁ ମହଙ୍ଗା ପ୍ରସାଧନ ସାମଗ୍ରୀ ଅପେକ୍ଷା ଘରୋଇ ପ୍ରାକୃତିକ ଜିନିଷ ଅଧିକ ପ୍ରଭାବଶାଳୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/05/1-2026-01-05-11-44-53.png)