କନକବ୍ୟୁରୋ : ଜଣେ କର୍ମଚାରୀ ଦିନକୁ କେତେ ଘଣ୍ଟା। ଆଉ ସପ୍ତାହକୁ କେତେ ଘଣ୍ଟା କାମ କରିବା ଦରକାର । ସାଧାରଣତଃ ଜଣେ କର୍ମଚାରୀ ଅଫିସରେ ପ୍ରତିଦିନ ୮ରୁ ୯ ଘଣ୍ଟା କାମ କରିଥାଏ । ଆଉ ସେହି ହିସାବରେ ସପ୍ତାହକୁ ୬୦ରୁ ଅଧିକ ଘଣ୍ଟା କାମ କରିବାକୁ ପଡ଼ିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ୬୦ ଘଣ୍ଟାରୁ ଅଧିକ ସମୟ ଧରି କାମ କରିବା ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ।
ଏହା ଆମେ କହୁନୁ, ବଜେଟ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏକଥା କୁହାଯାଇଛି । ରିପୋର୍ଟରେ କୁହାଯାଇଛି, ଅଫିସ ଡେସ୍କରେ ଦୀର୍ଘ ସମୟ ଧରି ବସିବା ମାନସିକତା ହାନିକାରକ। ଯେଉଁ କର୍ମଚାରୀ ପ୍ରତିଦିନ ୧୨ରୁ ଅଧିକ ସମୟ ଧରି ଡେସ୍କ ବିତାନ୍ତି, ସେମାନଙ୍କ ମାନସିକ ସ୍ଥିତି ଖରାପ ହେବାର ସମ୍ଭାବନା ଅଧିକ। ନିକଟରେ ବିଶିଷ୍ଟ ଶିଳ୍ପପତି ତଥା ଇନଫୋସିସର ପ୍ରତିଷ୍ଠାତା ଏନଆର ନାରାୟଣମୂର୍ତ୍ତି ଓ ଏଲଆଣ୍ଡଟିର ସିଇଓ ଏନ ସୁବ୍ରମଣ୍ୟମ , ସପ୍ତାହକୁ ୭୦ ଓ ୯୦ ଘଣ୍ଟା କାମ କରିବାକୁ ଆହ୍ବାନ ଦେଇଥିଲେ। କିନ୍ତୁ ଅର୍ଥନୈତିକ ସର୍ଭେ ରିପୋର୍ଟ, ଏହାର ସମ୍ପୂର୍ଣ୍ଣ ଓଲଟା ଚିତ୍ର ଦେଖାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/02/01/yYZnNzYoo4NiY8K6T3wH.jpg)