କନକ ବ୍ୟୁରୋ : କୁନିକୁନି ଶିଶୁ ମାନଙ୍କର ଲାଳନ ପାଳନ କରିବା ସହିତ ସେମାନଙ୍କୁ ଉଚିତ ମାର୍ଗରେ ନେବା ପିତା ମାତାଙ୍କର ପ୍ରଥମ କର୍ତ୍ତବ୍ୟ । ସବୁ ବାପା ମାଆମାନେ ଚାହାନ୍ତି ନିଜ ପିଲାକୁ ସୁସଂସ୍କାର ଦେଇ ଗୋଟିଏ ଭଲ ମଣିଷ ରୂପରେ ଗଢି ତୋଳିବାକୁ । ବହୁତ ସ୍ନେହ ଶ୍ରଦ୍ଧା ଦେଇ ସବୁ ଦଃଖରୁ ଦୂରେଇ ରଖନ୍ତି ନିଜ ପିଲାମାନଙ୍କୁ । କିନ୍ତୁ ଜଣାତରେ ହେଉ ବା ଅଜଣାତରେ ବାପା ମାଆମାନେ ଏମିତି କିଛି ଭୁଲ କରିବସନ୍ତି ଯାହାକି ଛୁଆ ମାନଙ୍କୁ ମାନସିକ ସ୍ତରରେ ଆଘାତ ଦେଇଥାଏ । ବେଳେବେଳେ ତାହା ସେମାନଙ୍କ ମନ ଓ ମସ୍ତିସ୍କରେ ଏପରି ପ୍ରଭାବ ପକାଇଥାଏ ଯେ ବଡ ହେଲା ପରେ ମଧ୍ୟ ସେ କିଛି ଇମୋସନକୁ ବୁଝି ପାରନ୍ତିନି । ନିଜ ସହିତ ଅନ୍ୟମାନଙ୍କୁ ମଧ୍ୟ ମାନସୀକ ଆଘାତ ଦେଇଥାନ୍ତି । କେତେକାଂଶରେ ସେମାନେ ବି ବାପା ମାଆ ହେଲା ପରେ ନିଜ ପିଲାମାନଙ୍କ କ୍ଷେତ୍ରରେ ସମାନ ଭୁଲ କରିଥାନ୍ତି । ଏହି କ୍ଷେତ୍ରରେ ବାପାମାଆ ମାନଙ୍କୁ ସଜାଗ ରହିବା ଦରକାର କି ସେମାନେ ଯେମିତି ଏପରି ଭୁଲ ନକରନ୍ତୁ କି ଛୋଟ ଛୁଆମାନେ ମାନସୀକ ସ୍ତରରେ ପ୍ରଭାବିତ ହେବେ । ତେବେ ଆସନ୍ତୁ ଜାଣିବା ଏହି ସବୁ ଭୁଲ୍ ବିଷୟରେ.....

Advertisment

2asd

ସବୁ ସମୟରେ ପିଲାମାନଙ୍କଠୁ ପରଫେକ୍ଟ ଆଶା ରଖିବା

ଏପରି ବହୁତ କାମ ଅଛି ପିଲାମାନେ ପରଫେକ୍ଟ ହୋଇପାରନ୍ତିନି । ଭୁଲ କରିବେ,ଠିକ୍ କରିବେ, କାମ ଶିଖିବେ ଏବଂ କିଛି କାମ ଅନ୍ୟ ପିଲାମାନଙ୍କଠୁ ଭଲ କରିବେ ତ କିଛି କାମରେ ଦିପାଦ ପଛରେ ରହିଯିବେ । କିନ୍ତୁ ଅବିଭାବକ ମାନଙ୍କର ସବୁ ସମୟରେ ସବୁ କାମରେ ପରଫେକ୍ଟ ଆଶା ରଖିବା ଭୁଲ୍ ଅଟେ । କାରଣ ପିଲାମାନେ ସେମାନଙ୍କ ଆଶାକୁ ପୂରଣ କରିନପାରିଲେ ସେମାନେ ମାନସୀକ ସ୍ତରରେ ଆଘାତ ଅନୁଭବ କରିଥାନ୍ତି ।

18fhjh

ଅନ୍ୟ ପିଲାମାନଙ୍କ ସହିତ ତୁଳନା

ନିଜର ଭାଇ ଭଉଣୀ ହୁଅନ୍ତୁ, ସମ୍ପର୍କୀୟଙ୍କ ପିଲା ହୁଅନ୍ତୁ କି ପାଖ ପଡୋଶୀଙ୍କର ପିଲା, ଯଦି ନିଜ ଛୁଆଙ୍କର ସେମାନଙ୍କ ସହ ବାରମ୍ବାର ତୁଳନା କରୁଛନ୍ତି ତେବେ ତାହା ସେମାନଙ୍କ ମନରେ ଆଘାତ ଦେଇଥାଏ । ଏପରିକି ତାହା ବେଳେବେଳେ ଇର୍ଷାର ରୂପ ନେଇ ପିଲାମାନେ ଚିଡଚିଡା ସ୍ୱଭାବର ହୋଇଯାଥାନ୍ତି । ତୁଳନା କରିବା ଦ୍ୱାରା ପିଲାମାନେ ମାନସିକ ସ୍ତରରେ ଚିନ୍ତାଗ୍ରସ୍ତ ହୋଇଯାଆନ୍ତି ।

4asdsf

ପିଲାମାନଙ୍କୁ ସ୍ନେହ ମନୋଭାବ ନଦେଖାଇବା

ଏଥିରେ କୈାଣସୀ ସନ୍ଦେହ ନାହିଁ ଯେ ବାପାମାହିଁ ସବୁଠୁ ଅଧିକ ନିଜ ପିଲାମାନଙ୍କୁ ସ୍ନେହ କରନ୍ତି । କିନ୍ତୁ ତାହା ସୋମାନଙ୍କୁ ଅନୁଭବ ମଧ୍ୟ କରାଇବା ଦରକାର । ଯଦି ସେମାନଙ୍କୁ ସ୍ନେହ ମମତା ଅନୁଭବ ନକରାଇବା ତେବେ ସେମାନେ ନିଜର ଭାବନା ପରିପ୍ରକାଶ କରିବାରେ ଅସଫଳ ହେବେ । ଧିରେ ଧିରେ ସେମାନେ ଇମୋସନାଲି ଦୁର୍ବଳ ହୋଇଯାଆନ୍ତି । ବଡ ହେଲା ପରେ ସେମାନେ ସମ୍ପର୍କକୁ ଗୁରୁତ୍ୱ ଦେଇପାରନ୍ତିନି । 

8dgdhf

ଆବଶ୍ୟକତାଠୁ ଅଧିକ ଆକଟ

ଛୋଟଛୁଆ ମାନଙ୍କୁ ଦରକାରଠୁ ଅଧିକ ଆକଟ କରିବା, ସେମାନଙ୍କ ମନରେ ଗୋଟେ ପ୍ରକାର ଡର ଆଣିଦିଏ । ଏପରିକି କିଛି ଭଲକାମ କରିବା ପୂର୍ବରୁ ମଧ୍ୟ ସେମାନେ ପ୍ରଥମେ ଡରିଯାଇଥାନ୍ତି । ଏହି ଡରରେ ସେମାନେ ନିଜର ବେଷ୍ଟ ଦେଇପାରନ୍ତିନି । ତେବେ ନିଜର ସନ୍ତାନକୁ ଗୋଟିଏ ଭଲ ମଣିଷ କରି ଗଢି ତୋଳିବାକୁ ହେଲେ ଅବିଭାବକ ମାନଙ୍କୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ .