କନକ ବ୍ୟୁରୋ: ଘରେ ପାରା ରଖୁଛନ୍ତି କି, ସାବଧାନ ରୁହନ୍ତୁ । ଏହା ଆପଣଙ୍କ ଲାଗି ଘାତକ ହୋଇପାରେ । କାରଣ ପାରାଙ୍କୁ ନେଇ ହୋଇଥିବା ରିସର୍ଚ୍ଚରେ କୁହାଯାଇଛି କି, ପାରାଙ୍କଠାରୁ ହିଁ ଅଧିକ ରୋଗ ବ୍ୟାପୁଛି। ଯାହା ଆପଣଙ୍କ ଶରୀର ଉପରେ ସର୍ବାଧିକ ପ୍ରଭାବ ପକାଇଥାଏ । ତେଣୁ ଯଦି ଆପଣ ଘରେ ପାରା ରଖୁଛନ୍ତି ସାବଧାନ ରୁହନ୍ତୁ, ନହେଲେ ଅସୁବିଧାର ସାମ୍ନା କରିବେ ଆପଣ ।
ପାରାଙ୍କୁ ନେଇ ହୋଇଥିବା ରିସର୍ଚ୍ଚରୁ ଆସିଛି ଏହି ସାଙ୍ଘାତିକ ତଥ୍ୟ । ଶୁଣିଲେ ଉଡିବ ହୋସ। ଏହା ଜାଣିବା ପରେ ଆପଣ ବି ହେବେ ସତର୍କ । ଆଜ୍ଞା ହଁ ଆପଣ ସବୁଠୁ ଅଧିକ ଭଲ ପାଉଥିବା ପକ୍ଷୀ ଯେଉଁମାନଙ୍କୁ ଆପଣ ସର୍ବଦା ନିଜ ଆଖପାଖରେ ଘୁରିବୁଲିଥିବାର ଦେଖିଆସୁଥିବେ, ସେମାନଙ୍କଠୁ ଏବେ ଦୂରେଇ ରହିବାକୁ ପଡିବ । ଇଚ୍ଛା ନଥିଲେ ବି ସେମାନଙ୍କୁ ଘଉଡେଇବାକୁ ବାଧ୍ୟ ହେବେ । କାରଣ ପାରାଙ୍କ ଠାରୁ ଅଧିକ ବ୍ୟାପୁଛି ରୋଗ । ରିସର୍ଚ୍ଚ ରୁ ଖୁଲାସା ହୋଇଛି ସବୁଠୁ ଅଧିକ ରୋଗ ସଂକ୍ରମଣ କରୁଥିବା ପକ୍ଷୀ ହେଉଛନ୍ତି ପାରା ।
ଏହି କିଛି ଦଶନ୍ଧି ମଧ୍ୟରେ ପାରାଙ୍କ ସଂଖ୍ୟା ହୁ ହୁ ହୋଇ ବ ଢିବାରେ ଲାଗିଛି । ପାଖାପାଖି ୧୫୦ ପ୍ରତିଶତ ବୃଦ୍ଧି ପାଇଛି ପାରାଙ୍କ ସଂଖ୍ୟା । ଏମାନଙ୍କ ସଂଖ୍ୟା ବଢିବା ସହିତ ମନୁଷ୍ୟଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ବିପଦ ବଢିବାରେ ଲାଗିଛି । ଗୋଟିଏ ପଟେ ପାରାଙ୍କ ସଂଖ୍ୟା ବଢୁଛି ଏବଂ ଅନ୍ୟପଟେ ଏମାନଙ୍କ ଠୁ ଅପରିସ୍କାର ବ୍ୟାପିବା ସହ ଅନେକ ସାଙ୍ଘାତିକ ରୋଗ ମଧ୍ୟ ସୃଷ୍ଟି ହେଉଛି । ଅଧ୍ୟୟନରୁ ଖୁଲାସା ହୋଇଛି ଯେ ପାରାମାନଙ୍କ ସଂସ୍ପର୍ଶରେ ଆସିବା ଦ୍ବାରା ଫୁସଫୁସ ଏବଂ ନିଶ୍ବାସ-ପ୍ରଶ୍ବାସ ଜନିତ ସମସ୍ୟା ସୃଷ୍ଟି ହେଉଛି । ମଣିଷଙ୍କ ପାଇଁ ପାରା ଏବେ ଏକ ବିପଦଜନକ ପକ୍ଷୀ ପାଲଟିଛି ।
ପାରାଙ୍କ ମଳରୁ ଅନେକ ସାଙ୍ଘାତିକ ରୋଗ ବ୍ୟାପୁଥିବା ଅଧ୍ୟୟନ କହୁଛି । ଏମାନେ ଯେଉଁଠି ରୁହନ୍ତି ସେହି ସ୍ଥାନ ସହ ତାର ଆଖପାଖ ପୁରା ଅପରିସ୍କାର କରିଦେଇଥାଆନ୍ତି । ତାଙ୍କ ମଳରୁ ମଧ୍ୟ ଦୁର୍ଗନ୍ଧ ଆସିଥାଏ । ଯେଉଁଠି ପାଇଲେ ସେଠି ମଳ ତ୍ୟାଗ କରିଦେଇଥାନ୍ତି ପାରା । ଯାହାଦ୍ବାରା ଏମାନଙ୍କ ମଳରୁ ଫୁସଫୁସ ଏବଂ ନିଶ୍ବାସ ପ୍ରଶ୍ବାସ ଜନିତ ସମସ୍ୟା ସୃଷ୍ଟି ହେଉଛି । ଅଧିକ ଦିନ ଧରି ପାରାଙ୍କ ମଳରୁ ଦୁର୍ଗନ୍ଧ ଆସିବା ଦ୍ବାରା ଫୁସଫୁସ୍ ରେ ସଂକ୍ରମଣ ବ୍ୟାପିଥାଏ । ବିଶେଷ କରି ଆସ୍ଥମା ରୋଗୀଙ୍କ ପାଇଁ ଏହା ଅତି ସାଙ୍ଘାତିକ ହୋଇପାରେ ।
ସବୁବେଳେ ଲୋକେ ପାରାକୁ ଚାଉଳ ଦେଇଥାନ୍ତି ଖାଇବାକୁ । ଆଉ ପେଟପୁରା ମଧ୍ୟ ଦେଇଥାନ୍ତି । ଖାଇସାରିବା ପରେ ଫର ଫର ହୋଇ ଦଳ ଦଳ ଉଡି ଚାଲିଯାଇଥାଆନ୍ତି । କିଛି ଲୋକଙ୍କ ବିଶ୍ବାସ ଥାଏ ପାରାଙ୍କୁ ସକାଳୁ ଖାଇବାକୁ ଦେଲେ ଗ୍ରହ ରିଷ୍ଟ କଟିଥାଏ । ଏପଟେ ରିପୋର୍ଟ କହୁଛି ଅତି ସହଜରେ ଖାଦ୍ୟ ମିଳିଯାଉଥିବାରୁ ଏମାନଙ୍କ ସଂଖ୍ୟା ଆହୁରି ବଢିବାରେ ଲାଗିଛି। ଏବଂ ରୋଗ ବ୍ୟାପୁଛି ।
ଲୋକଙ୍କ ବିଶ୍ବାସ ଘରେ ପାରା ରହିଲେ ଧନ ବଢିଥାଏ । ସେଥିପାଇଁ ଘରର ସ୍କାଏ ଲାଇଟ୍ ରେ ପାରାମାନେ ଡେରା ପକାଇଥାନ୍ତି । ଆଉ ସେହି ପାଖଆଖରେ ପାରା ପଳ ତ୍ୟାଗ କରିବା ଦ୍ବାରା ଦୁର୍ଗନ୍ଧ ପରିବେଶ ସୃଷ୍ଟି ହୋଇଥାଏ । ତଥାପି ଘରର ଲୋକେ ପାରାକୁ ଘଉଡେଇ ନଥାନ୍ତି। ଯେଉଁ ପକ୍ଷୀକୁ ମଣିଷ ଶାନ୍ତି ଏବଂ ପ୍ରେମର ପ୍ରତିକ ଭାବୁଥିଲା । ଆଜି ସେହି ପକ୍ଷୀ ପାରା ସହ ମିସିଲେ ରୋଗ ହେବା କଥା ଜାଣି ଭୟଭୀତ ହେଉଛନ୍ତି ଲୋକେ ।