କନକବ୍ୟୁରୋ : ସୁନାକୁ ଛୁଇଁବାକୁ ଡର ଲାଗୁଛି ।  ଏବେ ମାର୍କେଟରେ ହୁ ହୁ ହୋଇ ବଢିଚାଲିଛି ସୁନା ଦର , ଆଜ୍ଞା  ହଁ ବାହାଘର କଥା ଆସିଲେ ଲୋଡା ପଡେ ସୁନା , ଆଉ ସେହି ସୁନା ଦର ଏବେ ବଜାରରେ ଆକାଶଛୁଆଁ , ଯାହା ବର୍ତ୍ତମାନ ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି  , ନାଁ କମୁଛି ଦର ନାଁ ଆସୁଛି ସ୍ଥିତିରେ ସୁଧାର ଉଭୟ ଦେଶ ତଥା ରାଜ୍ୟରେ ସୁନା ଦର ଏବେ ଆକାଶଛୁଆଁ ହୋଇଛି । 

Advertisment

ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୭୯ ହଜାର ୯୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାଦର ୮୭ ହଜାର ୧୬୦ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୯,୯୦୦ ଟଙ୍କା ଓ ୮୭,୧୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୮୦, ୦୫୦ ଟଙ୍କା ଓ ୮୭, ୩୧୦ ଟଙ୍କା ରହିଛି ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୯,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୮୭, ୧୬୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୯,୯୦୦ ଓ ୮୭,୧୬୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୯୯,୧୦୦ ଟଙ୍କା ହୋଇଛି । ଏପରି ପରିସ୍ଥିତିରେ ବିଶେେଷଜ୍ଞ  ବିଶ୍ବାସ କରନ୍ତି ଯେ ଏହି କ୍ଷତିକୁ ରୋକିବା ପାଇଁ ସରକାର ବଜେଟରେ ସୁନା ଉପରେ ସୀମା ଶୁକ୍ଳ ବୃଦ୍ଧି ଘୋଷଣା କରିପାରନ୍ତି  ।  ତେବେ ଏବେ କେବଳ ଅପେକ୍ଷା ହୁ ହୁ ହୋଇ ସୁନା ଦର ବଢୁଥୁବା ବେଳେ ଝିଅ ବାହାଘର ହେଉ ବା ବେଭାର କଥା ଚିନ୍ତା କଲାବେଳକୁ ଲୋକଙ୍କ ମୁଣ୍ତରେ ପଡ଼ୁଛି ଚଡକ ।