କନକବ୍ୟୁରୋ : ଆଜିକାଲି ଲୋକଙ୍କ ସକାଳୁ ଉଠିବା ମାତ୍ରେ ଗରମ ଚାହା ପିଇବା ଗୋଟିଏ ଅଭ୍ୟାସ ହୋଇଗଲାଣି , କାରଣ ତାଙ୍କର ସକାଳ ହେବା ମାତ୍ରେ ଚାହା ପିଇବା ଗୋଟିଏ ଅଭ୍ୟାସ । ଯାହା ତାଙ୍କ ଜୀବନଶୈଳୀ ଉପରେ ପ୍ରଭାବ ଅନେକ ମାତ୍ରାରେ ପକାଇଥାଏ । ସକାଳୁ ଖାଲି ପେଟରେ ଚାହା ପିଇବା ଦ୍ବାରା ଦେହରେ ବିଭିନ୍ନ ମାତ୍ରାରେ ରୋଗକୁ ବରଣ କରିଥାଉ ଆମେ । ପ୍ରଥମେ ତାହା ଜଣାପଡିନଥାଏ କିନ୍ତୁ ପରବର୍ତ୍ତି ରେ ତାହା ସମସ୍ୟା ସହ ବିଭିନ୍ନ ରୋଗକୁ ବରଣ କରିଥାଏ । ଆଉ ଅଭ୍ୟାସ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯଦି ଚାହା ସୀମିତ ପରିମାଣରେ ଏବଂ ସଠିକ୍ ଉପାୟରେ ପିଇଥାନ୍ତି, ତେବେ ଏହା ଶରୀରକୁ ଅନେକ ଲାଭ ପ୍ରଦାନ କରେ ।
ଏହା ମୁଣ୍ଡବିନ୍ଧାରୁ ମୁକ୍ତି ଦିଏ କିଛି ଲୋକ ସକାଳେ ଉଠିବା ମାତ୍ରେ କଫି କିମ୍ବା ଚା ପିଇବା ଆରମ୍ଭ କରିଦିଅନ୍ତି । ନିଶ୍ଚିତ ଭାବରେ ମନେ ରଖନ୍ତୁ ଯେ, ଯଦି ଆପଣଙ୍କର ସକାଳେ ଉଠିବା ମାତ୍ରେ ଚା କିମ୍ବା କଫି ପିଇବାର ଅଭ୍ୟାସ ଅଛି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ସକାଳେ ଖାଲି ପେଟରେ କଫି ସେବନ କରିବା ଲାଭ ବଦଳରେ କ୍ଷତି କରିପାରେ । ଏହା ଗ୍ୟାସ୍, ଏସିଡିଟି, ପେଟ ଫୁଲିବା, କୋଷ୍ଠକାଠିନ୍ୟ, ଖରାପ ପାଚନ ଏବଂ ଅନ୍ୟାନ୍ୟ ମଧ୍ୟ ସୃଷ୍ଟି କରିପାରେ ।
ବିଶେଜ୍ଞଙ୍କ ମତରେ, ସକାଳେ ଖାଲି ପେଟରେ ଚାହା ପିଇବା ଠାରୁ ଦୂରେଇ ରହିବା ଉଚିତ । ଖାଲି ପେଟରେ ଚାହା ପିଇବା ଦ୍ୱାରା ଏସିଡିଟି ହୋଇପାରେ । ଯାହା ବି ପିଉଛନ୍ତି , କଫି କିମ୍ବା ଚା, ସକାଳର ଜଳଖିଆ ପରେ ପିଅ । ସକାଳେ ଏକ ହେଲଦି ଖାଦ୍ୟ ଖାଆନ୍ତୁ । ଏହା ପରେ ଆପଣ ଅଧ ଘଣ୍ଟା ପରେ ଆପଣ କଫି କିମ୍ବା ଚା ପିଇପାରିବେ ଏଥିରେ କୌଣସି ଅସୁବିଧା ନାହିଁ । ତେବେ ଶରୀର ପ୍ରତି ସଚେତନ ରହିବା ନିହାତି ଆବଶ୍ୟକ ।