କନକ ବ୍ୟୁରୋ: ବ୍ରହ୍ମପୁର ମହାନଗର ନିଗମର ମନମୁଖୀ କାର୍ୟ୍ୟକୁ ନେଇ ପୁଣି ଉଠିଲା ପ୍ରଶ୍ନ। ସୁଭାଷ ବୋଷ ଛକରେ ଟ୍ରାଫିକ ସମସ୍ୟା ଦୂର ପାଇଁ ଡାଇମଣ୍ଡ ଜୁବଲି ଟାଉନ ହଲ୍ ପରିସରରେ ଚାଲିଚି କାମ । କିନ୍ତୁ ଏହା ଅନାବଶ୍ୟକ ନିର୍ମାଣ କହି କିଛି କର୍ପୋରେଟର ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ମେୟର କହିଛନ୍ତି ଏହା ଦ୍ୱାରା ସମସ୍ୟାର ସମାଧାନ ହେବ ।
ବ୍ରହ୍ମପୁର ସହରର ମୁଖ୍ୟ ସମସ୍ୟା ଟ୍ରାଫିକ । ସବୁଠୁ ଜନଗହଳିପୂର୍ଣ୍ଣ ଅଞ୍ଚଳ ହେଉଛି ପିଭିଏନ୍ ଛକ ବା ସୁବାସ ବୋଷ ଛକ। ଏହିଠାରେ ଅଛି ମହାନଗର ନିଗମର ଡାଇମଣ୍ଡ ଜୁବୁଲି ଟାଉନ ହଲ। ଟ୍ରାଫିକ ସମସ୍ୟା ଦୂର କରିବାକୁ ଟାଉନ ହଲ ପାଚେରୀକୁ ଲାଗି ରହିଥିବା କେତେକ ଦୋକାନ ଗୃହକୁ ହଲ ପରିସରକୁ ନେବାକୁ ନିଗମ ଯୋଜନା କରିଛି। କିନ୍ତୁ ଏପରି ହେଲେ ଟ୍ରାଫିକ ବ୍ୟବସ୍ଥା ସୁଧୁରିବ କଣ ବରଂ ବିଗିଡ଼ିଯିବ। କାରଣ ବିଭିନ୍ନ କାର୍ୟ୍ୟକ୍ରମ ବେଳେ ଅତିଥି ମାନେ ଆସୁଥିବା ଗାଡ଼ି ଗୁଡ଼ିକ ପାର୍କିଂ ପାଇଁ ଅସୁବିଧାର ସାମ୍ନା କରିପାରନ୍ତି।
ବ୍ରହ୍ମପୁର ସହରର ପୁରାତନ ଟାଉନ ହଲର ନବୀକରଣ ପାଇଁ ପୌର ପରିଷଦ ବୈଠକରେ ନିଷ୍ପତି ପରେ,
୨୦୦୮ରେ ଏହା ଡାଇମଣ୍ଡ ଜୁବୁଲି ଟାଉନ ହଲର ରୂପ ପାଇଲା
ପରେ ସେହି କୋଠାରେ ଯୋଡ଼ି ହେଲା ଇ - ଲାଇବ୍ରେରୀ
ସଭା, ସମିତି, ସାଂସ୍କୃତିକ ଓ ରାଜନୈତିକ କାର୍ୟ୍ୟକ୍ରମ ପାଇଁ ପାର୍କିଂ ବ୍ୟବସ୍ଥା ଯଥେଷ୍ଟ ନଥିଲା ଏବେ ଯେଉଁ ନିର୍ମାଣ ଚାଲିଛି ତାହା ପାର୍କିଂ ବ୍ୟବସ୍ଥାକୁ ସଙ୍କୁଚିତ କରିବ
ବୋଲି ମତ ପ୍ରକାଶ ପାଇଛି। ସେପଟେ ମେୟର କହିଛନ୍ତି ଅତିଥି ପାର୍କିଂର ବ୍ୟବସ୍ଥା ଲାଗି ପଛପଟେ ଦ୍ଵାର ଖୋଲାଯିବାର ଯୋଜନା ରହିଛି।
ଗୋଟିଏ ପଟେ କାଉସିଲର କହୁଛନ୍ତି ଏପରି ନିର୍ମାଣ ଦ୍ୱାରା ଟାଉନ ହଲର ପାର୍କିଂ ବ୍ୟବସ୍ଥା ସଙ୍କୁଚିତ ହେବ। ସେପଟେ ମେୟରଙ୍କ କହିଛନ୍ତି ୨୦୨୨ମସିହାରେ କାଉନସିଲ ବୈଠକରେ ନିର୍ମାଣ ନେଇ ନିଷ୍ପତି ହୋଇଥିଲା। ଏବେ ପ୍ରଶ୍ନ ଉଠୁଛି ଅନାବଶ୍ୟକ ନିର୍ମାଣ ପୂର୍ବରୁ ଖସଡ଼ା ପ୍ରସ୍ତୁତ ହେଇଛି, ନା ଖାଲି ପଇସା ଖର୍ଚ୍ଚ ଚାଲିଛି।