କନକ ବ୍ୟୁରୋ: ପୁଣି ବାପା ହେବାକୁ ଯାଉଛନ୍ତି ଅରବାଜ ଖାନ୍ । ଦ୍ବିତୀୟ ଥର ବାପା ହେବେ ଅରବାଜ୍ । ଦ୍ବିତୀୟ ପତ୍ନୀ ଶୁରା ଖାନ୍ ଦେବାକୁ ଯାଉଛନ୍ତି ଖୁସି ଖବର । ଖାନ୍ ପରିବାରରେ ପୁଣି ଥରେ ଶୁଭିବ କୁଆଁ କୁଆଁ ଡାକ । ଗତ କିଛି ଦିନ ହେବ ଶୁରା ଖାନ୍ ମା ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଚାଲିଥିଲା । ଏବେ ଏଥିରେ ମୋହର ଲାଗିଛି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅରବାଜ ଏହା ନିଶ୍ଚିତ କରାଇଛନ୍ତି । ଆଉ କହିଛନ୍ତି ମୁଁ ଦ୍ବିତୀୟ ଥର ପୁଣି ବାପା ହେବାକୁ ଯାଉଛି ।
ଅଭିନେତା ଆହୁରି ମଧ୍ୟ କହିଛନ୍ତି ପୁଣି ଥରେ ଫ୍ରେସ୍ ଅନୁଭବ କରୁଛି କିନ୍ତୁ ନର୍ଭସ ମଧ୍ୟ ଲାଗୁଛି । ଖୁସି ଲାଗୁଛି ଦାୟିତ୍ବ ବଢ଼ିବ । ବହୁତ ଖୁସିଥିବା କହିଛନ୍ତି ଅରବାଜ ଖାନ୍ । ୨୦୨୩ ଡିସେମ୍ବର ୨୫ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅରବାଜ ଏବଂ ଶୁରା । ଏବେ ଦୁଇ ବର୍ଷ ପରେ ମା ' ହେବାକୁ ଯାଉଛନ୍ତି ଶୁରା । ଶୁରାଙ୍କ ପୁର୍ବରୁ ଅରବାଜ ୧୯୯୮ ଡିସେମ୍ବର ୧୨ରେ ମଲାଇକା ଅରୋରାଙ୍କୁ ବିବାହ କରିଥିଲେ । ଏବଂ ୧୯ ବର୍ଷ ପରେ ୨୦୧୭ରେ ଉଭୟଙ୍କର ଛାଡପତ୍ର ହୋଇଥିଲା । ଏହା ପରେ ଶୁରାଙ୍କ ହାତ ଧରିଥିଲେ ଅରବାଜ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/06/11/2SIrdNLklX6uXBKexkWa.jpg)