କନକ ବ୍ୟୁରୋ : ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଏଆର ରେହେମାନଙ୍କ ହୋଇଛି ବିବାହ ବିଚ୍ଛେଦ । ବିବାହର ୨୯ ବର୍ଷ ପରେ ପତ୍ନୀ ସାଇରା ବାନୁଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇଛି । ଉଭୟଙ୍କ ଓକିଲ ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେପଟେ ଏଆର ରେହେମାନ ମଧ୍ୟ ସୋସିଆଲ ମିଡିଆରେ ଏକ ଭାବ ପ୍ରବଣ ପୋଷ୍ଟ କରିଛନ୍ତି ।
ଅନ୍ୟପଟେ ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ । ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ । କହି ରଖୁଛୁ କି, ୫୭ ବର୍ଷୀୟ ଏଆର ରହମାନ ୧୯୯୫ ମସିହାରେ ସାଇରାଙ୍କୁ ନିକା କରିଥିଲେ । ସେମାନଙ୍କର ୩ଟି ସନ୍ତାନ ମଧ୍ୟ ରହିଛନ୍ତି । ହେଲେ ଦୀର୍ଘ ୨୯ ବର୍ଷର ନିକାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ସେମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଗଭୀର ଭଲ ପାଇବା ଥିଲେ ମଧ୍ୟ ଚାପ ଓ ଅସୁବିଧା ଦମ୍ପତିଙ୍କ ମଧ୍ୟରେ ଏମିତି ଏକ ପାର୍ଥକ୍ୟ ସୃଷ୍ଟି କରିଛି ଯାହାକୁ ପୂରା କରିବା ଦୁଇ ପକ୍ଷ ମଧ୍ୟରେ ଆଉ ସମ୍ଭବ ନୁହେଁ । ଅତ୍ୟନ୍ତ କଷ୍ଟ ଓ ଯନ୍ତ୍ରଣାର ସହ ସାଇରା ଏପରି ନିଷ୍ପତ୍ତି ନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2024/11/20/NYfsVE9BlVTgKImtWWTs.jpg)