କନକ ବ୍ୟୁରୋ: ଦୀପାବଳୀରେ ଅଣନିଶ୍ୱାସୀ ହୋଇପଡ଼ିଛି ଦିଲ୍ଲୀ । କିଛି ସ୍ଥାନରେ ୪୦୦ ପାର କରିଛି ଏକ୍ୟଆଇ ମାନ । ବାୟୁ ମାନ ଅତି ଖରାପ ଯୋଗୁଁ ରେଡ୍‌ ଜୋନରେ ରହିଛି ୮ଟି ଷ୍ଟେସନ୍‌ । ଦିଲ୍ଲୀର ପଡ଼ୋଶୀ ରାଜ୍ୟ ପଂଜାବ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନଡ଼ାପାଳ ଜାଳିବା ଘଟଣା ପାଇଁ ଦିଲ୍ଲୀ‌ରେ ପ୍ରଦୂଷଣ ବଢ଼ିଯାଇଛି। ଦିଲ୍ଲୀରେ ୮ଟି ମନିଟରିଂ ଷ୍ଟେସନ୍‌ ତଥା ନିରୀକ୍ଷଣ କେନ୍ଦ୍ର ରେଡ୍‌ ଜୋନ୍‌ରେ ଅଛି। ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ  ଟ୍ରାଫିକ ପୁଲିସ ଅକ୍ଟୋବର ୧ ତାରିଖରୁ ୨୪ ତାରିଖ ମଧ୍ୟରେ ୪୭ କୋଟି ଟଙ୍କା ଜରିମାନା କରିଛି। ଟ୍ରାଫିକ ପୁଲିସ ଡ୍ରାଇଭରମାନଙ୍କ ଉପ‌ରେ ୪୭ ହଜାର ଚାଲାଣ କାଟିଛି। ବାୟୁର ମାନ ଯେପରି ଅଧିକ ନ ବିଗିଡେ ସେଥିପ୍ରତି ସତର୍କ ନଜର ରଖାଯାଇଛି । ଦୀପାଳବୀରେ ବାଣ ଫୁଟାଇବା ମନା ଥିବା ବେଳେ ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି । ନିୟମକୁ କଡ଼ାକଡ଼ି ପାଳନ ପାଇଁ  ବିଭିନ୍ନ ମହଲରେ ଦାବି ମଧ୍ୟ ହୋଇଛି ।

Advertisment