କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର । କ୍ୟାବିନେଟ୍‌ରେ ୫ଟି ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା  । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ । ସହର ବିକାଶ ଯୋଜନା ପାଇଁ ୬୧୦୦ କୋଟି ଅନୁମୋଦିତ । ଜୈବ ପ୍ରଯୁକ୍ତି ବିଜ୍ଞାନର ବିକାଶ ଯୋଜନାକୁ ମଞ୍ଜୁରୀ । 

Advertisment

ଏହି ଯୋଜନା  ୫ ବର୍ଷ ପାଇଁ  କାର୍ଯ୍ୟକାରୀ କରାଯିବ  ।  ଯୋଜନା  ପାଇଁ ୧୧୧୩.୫୦ କୋଟି  ଟଙ୍କା ବ୍ୟୟ ଅଟକଳ ହୋଇଛି । ଛେଲିଗଡ଼ ଜଳସେଚନ ପ୍ରକଳ୍ପ ନେଇ ନିଷ୍ପତ୍ତି ହୋଇଛି । ପ୍ରକଳ୍ପର କଂକ୍ରିଟ୍‌  ଡ୍ୟାମ୍‌, ସିଙ୍ଗଲ ୱେ ନିର୍ମାଣ ହେବ  ।  ଖର୍ଚ୍ଚ ହେବ ୧୫୧  କୋଟି, ୬୨୬୦ ହେକ୍ଟର ଜଳସେଚନ ହେବ  ।