ଭୁବନେଶ୍ୱରରେ ପ୍ରତିଷ୍ଠିତ “ଭୁବନେଶ୍ୱର ଆଇନ୍ ମହାବିଦ୍ୟାଳୟ”ଇତି ମଧ୍ୟରେ ବାର କାଉନ୍ସିଲ୍ ଅଫ୍ ଇଣ୍ଡିଆ (ବି.ସି.ଆଇ), ନୂଆଦିଲ୍ଲୀ ଠାରୁ ସ୍ୱୀକୃତି ପାଇଛି ।  ଏହି ମହାବିଦ୍ୟାଳୟକୁ ଅନୁମୋଦନ  ନିମନ୍ତେ ପୂର୍ବରୁ ବି.ସି.ଆଇ ନିକଟରେ ଆବେଦନ କରାଯାଇଥିଲା ।  ବି.ସି.ଆଇର  ୫ ଜଣିଆ ସ୍ୱତନ୍ତ୍ର  ଟିମ୍ ଭୁବନେଶ୍ୱର ଆଇନ୍ ମହାବିଦ୍ୟାଳୟକୁ ଗତ ମଇ ମାସରେ ପରିଦର୍ଶନ କରି ଏଠାରେ ଶିକ୍ଷାଦାନର ବିଭିନ୍ନ  ଗୁଣାତ୍ମକ ଦିଗ ଓ ପରିଚାଳନା ଗୁଣବତ୍ତା ସଂପର୍କରେ ତଦାରଖ  କରି ସନ୍ତୋଷ  ପ୍ରକାଶ କରିଥିଲେ  ଏବଂ ପତ୍ର ସଂଖ୍ୟା – BCI-D-892/Dt.24.05.2025  ରେ  ଆଇନ୍ ମହାବିଦ୍ୟାଳୟକୁ ତା.୦୫.୦୬.୨୦୨୫ ରେ ଜଣାଇଛନ୍ତି । ଏହା ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅତ୍ୟନ୍ତ  ଉତ୍ସାହ ସୃଷ୍ଟି ହୋଇଛି ।  

Advertisment

ଏଥିପାଇଁ  ବି.ସି.ଆଇ ଏବଂ ମଧୁସୁଦନ ଆଇନ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କଲେଜ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।  ଆଇନ୍କୁ  ପେଷା ଭାବରେ  ଓ ସମ୍ମାନଜନକ ଡିଗ୍ରୀ ଭାବେ ଚାହୁଁଥିବା ଛାତ୍ରଛାତ୍ରୀ ମାନେ ଏହା ଦ୍ୱାରା ଉପକୃତ ହେବେ ।