କନକ ବ୍ୟୁରୋ: ସରକାରୀ ଚାକିରି ଖଣ୍ଡିଏ ପାଇଁ ଦିନରାତି ଏକ କରି ପରିଶ୍ରମ କରୁଛନ୍ତି ଆଶାୟୀ । ଏହି କ୍ରମରେ ଯୁବପିଢ଼ି ଏବେ ଅଗ୍ନିବୀର ଯୋଜନାରେ ସେନାରେ ଭର୍ତ୍ତି ହେବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ବିଶେଷ କୌଣସି ଡିଗ୍ରୀର ଆବଶ୍ୟକତା ନାହିଁ । ଯେଉଁମାନେ ଦଶମ କିମ୍ବା ଅଷ୍ଟମ ପାସ୍ କରିଥିବେ ସେମାନେ ବି ସେନାରେ ସାମିଲ ହେବାକୁ ଆବେଦନ କରି ପାରିବେ । ତେବେ କେଉଁ ପଦବୀ ପାଇଁ ଆଶାୟୀମାନେ ଆବେଦନ କରିବେ ତାହା ଜାଣିବା ଜରୁରି ।
ଏବେ ସେନାରେ ଟେକ୍ନିକାଲ୍ ପଦବୀ, କ୍ଲର୍କ, ଷ୍ଟୋର୍କିପର୍ ଓ ଅଗ୍ନିବୀର ଟ୍ରେଡ୍ସ୍ମ୍ୟାନ୍ ପଦବୀ ପାଇଁ ଦଶମ ପାସ୍ କରିଥିବା ଯୁବକଯୁବତୀ ମଧ୍ୟ ଆବେଦନ କରିପାରିବେ । କେବଳ ଅଗ୍ନିବୀର ଟ୍ରେଡ୍ସ୍ମ୍ୟାନ୍ ପଦବୀ ପାଇଁ ଅଷ୍ଟମ ପାସ୍ କରିଥିବା ଆଶାୟୀମାନେ ଆବେଦନ କରିବେ । ଏଣୁରେ ସେନାରେ ଭର୍ତ୍ତି ହେବାକୁ ଚାହୁଥିବା ଆଶାୟୀମାନଙ୍କୁ ଏପ୍ରିଲ ୨୫ ତାରିଖ ସୁଦ୍ଧା ଆର୍ମି ପୋର୍ଟାଲ୍ ଭିଜିଟ୍ କରିବାକୁ ହେବ । ଏହି ନିଯୁକ୍ତି ଆବେଦନ କରିବା ପାଇଁ ଆବେଦକଙ୍କ ବୟସ ୧୭ରୁ ୨୧ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏଥିପାଇଁ ସମସ୍ତ ଆଶାୟୀ ନିଜ ମୋବାଇଲ ନମ୍ୱର ସହ ଆଧାର ଲିଙ୍କ୍ କରାଇବେ ।
ଟେକ୍ନିକାଲ ପଦବୀ ପାଇଁ ଆଶାୟୀ ଆଇଟିଆଇ କରିଥିବା ଆବଶ୍ୟକ । କେବଳ ଏହି ପଦବୀ ପାଇଁ ବୋନସ ମାର୍କ ଲାଗୁ ହେବ । ଅନ୍ୟ କୌଣସି ପଦବୀ ପାଇଁ ବୋନସ ମାର୍କ ଗଣା ଯିବନାହିଁ । ପ୍ରତ୍ୟେକ ଆଶାୟୀ ନିଜ ଯୋଗ୍ୟତା ଅନୁଯାୟୀ ଯେକୌଣସି ଦୁଇଟି ପଦବୀ ପାଇଁ ଆବେଦନ କରି ପାରିବେ । ତେବେ ଏଥିପାଇଁ ଅଲଗା ଅଲଗା ଫର୍ମ ଭରିବାକୁ ହେବ । ଅନୁରୂପ ଭାବରେ ଦୁଇଟି ପ୍ରବେଶିକା ପରୀକ୍ଷା ଦେବେ ଆଶାୟୀ ।
ଯେଉଁମାନେ ଭାରତୀୟ ସେନାରେ ସାମିଲ ହେବାକୁ ଚାହୁଛନ୍ତି, ସେମାନେ www.joinindianarmy.nic.in ଭିଜିଟ୍ କରିପାରିବେ । ଏଠାରେ ହିଁ ନିଯୁକ୍ତି ବାବଦରେ ଅଧିକ ସୂଚନା ପାଇ ପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/04/16/7KmaJpRC9cSkK9A3rtU5.jpg)