କନକ ବ୍ୟୁରୋ: ଆପଣ ଯଦି ଆପଲ୍ ଆଇ ଫୋନ୍ ବ୍ୟବହାର କରୁଛନ୍ତି । ନଚେତ୍ ଆପଲ୍ କମ୍ପାନିର କିଛି ଇଲେକ୍ଟୋନିକ୍ସ ସାମଗ୍ରୀ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଆପଲ୍ କମ୍ପାନି ଭାରତରେ ତାହାର ଆଉ ଏକ ଷ୍ଟୋର ଖୋଲିବାକୁ ଯାଉଛି । ନୋଏଡାରେ ଆପଲ୍ କମ୍ପାନି ତାର ଆଉ ଏକ ରିଟେଲ୍ ଷ୍ଟୋର ଖୋଲିବାକୁ ଯାଉଛି, ଯାହାକି ଡିସେମ୍ବର ୧୧ ତାରିଖରେ ଖୋଲିବ । ତେବେ ଜାଣିରଖିବା ଉଚିତ ଯେ, ଚଳିତ ବର୍ଷ ଭିତରେ କମ୍ପାନି ତାର ୨ଟି ଆଉଟଲେଟ୍ ଖୋଲିସାରିଛି, ଏବଂ ନୋଏଡାରେ ଖୋଲିବାକୁ ଥିବା ଏହି ଷ୍ଟୋର ଚଳିତ ବର୍ଷ ଖୋଲିବାକୁ ଥିବା ଆପଲର ୩ୟ ଷ୍ଟୋର ହେବ ।

Advertisment

ଜାଣିରଖିବା ଉଚିତ ଯେ, ଭାରତ ହେଉଛି ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମାର୍କେଟ୍ । ଯେଉଁଠି କି ସ୍ମାର୍ଟଫୋନର ଚାହିଦା ଦିନକୁ ଦିନ ବଢ଼ିଚାଲିଛି । ଖାସ୍ କରି କିଛି ଦିନ ଭିତରେ ଆଇଫୋନ୍ ୟୁଜର୍ସଙ୍କ ସଂଖ୍ୟା ମଧ୍ୟ ବଢ଼ିଯାଇଛି । ତେଣୁ କମ୍ପାନି ଏହାକୁ ଦେଖି ଏହାର ଗୋଟିଏ ଆଉଟଲେଟ୍ ଖୋଲିବାକୁ ଯାଉଛି ।

ଆହୁରି ପଢ଼ନ୍ତୁ : ଶୁଭଙ୍କରଙ୍କ ବିବାଦୀୟ ବୟାନ ; ‘ଶ୍ରୀମନ୍ଦିରକୁ ଗଲେ ଭାଙ୍ଗିଯାଏ ପ୍ରେମୀଯୁଗଳଙ୍କ ସଂପର୍କ’

ବିଶେଷଜ୍ଞଙ୍କ କହିବା ଅନୁସାରେ, ଆପଲ୍ ଆଉଟଲେଟ୍ ଖୋଲିବା ପରେ କମ୍ପାନିର ସେଲ୍ସରେ ମଧ୍ୟ ବୃଦ୍ଧି ପାଇବ । କମ୍ପାନିର ୟୁଜର୍ସମାନେ ଆଇଫୋନ୍ ସହିତ ଅନ୍ୟ ଗ୍ୟାଜେଟ୍ ମଧ୍ୟ ପାଇପାରିବେ । ଯେଉଁଥିରେ ସେମାନେ ଚମତ୍କାର ଫିଚର୍ସ ପାଇବା ସହିତ ଏହାର ଫାଇଦା ମଧ୍ୟ ଉଠାଇପାରିବେ ।