କନକବ୍ୟୁରୋ : ଆପଲ୍ ପକ୍ଷରୁ ଡେଭେଲପର ସମ୍ମିଳନୀରେ ଲିକ୍ବିଡ୍ ଗ୍ଲାସ୍ ଡିଜାଇନ୍ ଥିବା ଆଇଓଏସ୍ ୨୬ ଉନ୍ମୋଚନ କରାଯାଇଛି । ଏହା ଫୋନ୍ ବ୍ୟବହାର ଅନୁଭୂତିରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଆଶା କରାଯାଉଛି । ଆପଲ୍ ସିଇଓ ଟିମ୍ କୁକ୍ ଏହି ଅପରେଟିଂ ସିଷ୍ଟମକୁ ଉନ୍ମୋଚନ କରିଛନ୍ତି । ଏହା ଆଇଫୋନ୍, ଆଇପ୍ୟାଡ୍ ଓ ମ୍ୟାକ୍ ଆଦି ବିଭିନ୍ନ ଡିଭାଇସ୍ରେ ଉପଲବ୍ଧ ହେବ । ଏହା ଜରିଆରେ କମ୍ପାନି ପୁଣି ଥରେ ମୋବାଇଲ୍ ୟୁଜର୍ ଇଣ୍ଟରଫେସ୍ରେ ପରିବର୍ତ୍ତନ ଆଣିବାକୁ ଚାହୁଛି ।
କମ୍ପାନି ପକ୍ଷରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ର ଶକ୍ତି ଥିବା କେତେକ ସୁବିଧା ସୁଯୋଗ ଆରମ୍ଭ କରାଯାଇଛି । ବିଶେଷ କରି ଛବି ପ୍ରସ୍ତୁତିରେ ତାହା ସହାୟକ ହେବ । ଆପଲ୍ ଇଣ୍ଟେଲିଜେନ୍ସକୁ ମଧ୍ୟ କମ୍ପାନି ଉନ୍ନତ କରିଛି ଯେଉଁଥିରେ ସିଧାସଳଖ ଅନୁବାଦ, ଭିଜୁଆଲ ଇଣ୍ଟେଲିଜେନ୍ସ ଓ ଆହୁରି ଅନେକ ଟୁଲ୍ ରହିଛି । ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଏଆଇକୁ ନେଇ କଡ଼ା ପ୍ରତିଯୋଗିତା ସାମ୍ନା କରୁଥିବା ଆପଲ୍ ପାଇଁ କିଛି ନୂଆ ଦେଖାଇବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିଲା । ଆପଲର ନୂଆ ଲିକ୍ବିଡ୍ ଗ୍ଲାସ ବିଭିନ୍ନ ଡିଭାଇସ ପାଇଁ ଉପଲବ୍ଧ ହେବ