କନକ ବ୍ୟୁରୋ : ଦିଲ୍ଲୀରୁ ଆସିଲା ବୁଥ୍ ବାହୁଡ଼ା ମତ। ମଉଳିଯିବ କି ଆପର ବିଜୟ ଆଶା। ଅଧିକାଂଶ ଏଗଜିଟ୍ ପୋଲରେ ଆପ୍ ଠାରୁ ବିଜେପିକୁ ଅଧିକ ଆସନ ମିଳିବା ନେଇ ଅନୁମାନ । ଏକାଧିକ ସଂସ୍ଥାର ଏକଜିଟ୍‌ ପୋଲରେ ଆଗରେ ରହିଛି ଭାରତୀୟ ଜନତା ପାର୍ଟି। ସେହିଭଳି କଂଗ୍ରେସ ପାଇଁ ଦିଲ୍ଲୀରେ କ୍ଷମତାକୁ ଫେରିବା କଷ୍ଟକର ବୋଲି ଏକଜିଟ୍ ପୋଲ ସଂକେତ ଦେଇଛି। କିନ୍ତୁ ଏଗଜିଟ ପୋଲର ଆକଳନକୁ ପତ୍ୟାଖାନ କରିଛି ଆପ। ଦଳ ସରକାରକୁ ଆସିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି  ଆପ ନେତ୍ରୀ ପ୍ରିୟଙ୍କା କକ୍କର। ଏସବୁ ଭିତରେ ଦିଲ୍ଲୀ ନିବାର୍ଚନ ପାଇଁ ମତଦାନ ଶେଷ ହୋଇଛି। ୬୦ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ମିଳିଛି। ଇଭିଏମରେ ସିଲ ହୋଇଛି ୬୯୯ ନେତାଙ୍କ ଭାଗ୍ୟ।  ଆସନ୍ତା ଫେବ୍ରୁଆରି ୮ତାରିଖରେ ଫଳାଫଳ ପ୍ରକାଶ ପାଇବ। ଶନିବାର ହିଁ ଦିଲ୍ଲୀର ଦିଲ କିଏ ଜିତିଛି ତାହା ସ୍ପଷ୍ଟ ହେବ। ତେବେ ଆସନ୍ତୁ ଦେଖିବା ଆପ ହାରିବାର କିଛି ପ୍ରମୁଖ କାରଣ।

Advertisment

ଆପ ହାରିବାର ପ୍ରମୁଖ କାରଣ?
ମହଙ୍ଗା ପଡିଲା ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲା
ଏହି ଦୁର୍ନୀତିରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଥିଲା
ଉପମୁଖ୍ୟମନ୍ତ୍ରୀ ଥିବା ବେଳେ ମନୀଷ ସିସୋଦିଆ ଗିରଫ ହୋଇଥିଲେ
ଆପ ମନ୍ତ୍ରୀ ସଞ୍ଜୟ ସିଂଙ୍କୁ ଇଡି ଗିରଫ କରିଥିଲା 
ଯାହା ଆପର ସ୍ବଚ୍ଛ ଭାବମୂର୍ତ୍ତି ଉପରେ ପ୍ରଭାବ ପକାଇଥିଲା
ଯମୁନା ନଦୀ ପାଣିରେ ବିଷ ମିଶୁଥିବା ନେଇ କ୍ରେଜିୱାଲଙ୍କ ଅଭିଯୋଗ
ଆପର ବ୍ରାଣ୍ଡ ଅରବିନ୍ଦ କେଜ୍ରିୱାଲଙ୍କ ଛବି ମଳିନ ପଡିବା
ନିର୍ବାଚନ ପୂର୍ବରୁ ୮ ଜଣ ଆପ୍ ବିଧାୟକ ଦଳ ଛାଡି ବିଜେପିରେ ସାମିଲ 
ମଧ୍ୟବିତ୍ତଙ୍କ ପାଇଁ ଏଥର ବଜେଟରେ ଆୟକର ୧୨ ଲକ୍ଷ ପର୍ୟ୍ୟନ୍ତ ଛାଡ
ଆପ ବିରୋଧରେ ସରକାର ବିରୋଧୀ ହ୍ବାୱା
ଇଣ୍ଡିଆ ମେଣ୍ଟ ମଧ୍ୟରେ ବିବାଦ ଅନ୍ୟ ଏକ କାରଣ

କଂଗ୍ରେସ ହ୍ରାଟିକ ଶୁନ୍ୟ 
ଏଥର ବିଧାନସଭା ନିର୍ବାଚନ ଜିତି ହାଟ୍ରିକ ବିଜୟ ଆଶା ରଖିଥିବା ଆପକୁ ବଡ଼ ଝଟକା ଲାଗିଛି। ସେପଟେ ଗତ ୨୦୧୫, ୨୦୨୦ରେ ଗୋଟିଏ ଆସନରେ ଜିତିନଥିବା କଂଗ୍ରେସ ପାଇଁ ଏଥର ହାଟ୍ରିକ ଶୁନକୁ ପ୍ରତିହତ କରିବା ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ୨୦୧୫ ଏବଂ ୨୦୨୦ ନିର୍ବାଚନରେ କଂଗ୍ରେସ ଖାତା ଖୋଲିନଥିଲା। ଏଥର ମଧ୍ୟ ସମାନ ଆକଳନ କରିଛନ୍ତି ବିଭିନ୍ନ ଏକଜିଟ ପୋଲ ସଂସ୍ଥା। କଂଗ୍ରେସ ଶୁନ୍ୟରୁ ୨ ଟି ଆସନ ଜିତିବ ବୋଲି ଆକଳନ କରାଯାଇଛି।