କନକ ବ୍ୟୁରୋ: ଡ୍ରିମ୍ ୧୧ ପରେ ଆପୋଲୋ ଟାୟାର୍ସ ହେଲା ଟିମ୍ ଇଣ୍ଡିଆର ଜର୍ସି ସ୍ପନସର୍ । ଏଣିକି ଟିମ୍ ଇଣ୍ଡିଆର ଜର୍ସିରେ ଆପୋଲୋ ଟାୟାର୍ସ ଲେଖାଥିବା ଦେଖିବାକୁ ମିଳିବ । ତେବେ ଡ୍ରିମ୍ ୧୧ ପରେ ଭାରତୀୟ କ୍ରିକେଟ୍ ଦଳର ଜର୍ସି ସ୍ପନସର କିଏ ହେବ ସେ ନେଇ ସସପେନ୍ସ ଲାଗି ରହିଥିଲା । ଆଉ ଶେଷରେ ଆପୋଲୋ ଟାୟାର୍ସ ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍ ଦଳର ନୂତନ ଜର୍ସି ସ୍ପନସର ହୋଇଛି ।

Advertisment

ଭାରତରେ ବେଟିଂ ଆପ ନିଷିଦ୍ଧ ହେବା ପରେ ବିସିସିଆଇ ଡ୍ରିମ- ୧୧ର ସ୍ପନସରସିପ୍ ଚୁକ୍ତିକୁ ବାତିଲ କରିଥିଲା । ଆଉ ଏହାପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ, ଟିମ୍ ଇଣ୍ଡିଆର ନୂଆ ଜର୍ସି ସ୍ପନସର କିଏ ହେବ, ଏନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ହେଇ ଆସୁଥିଲା । ଏମିତି କି ଏସିଆ କପରେ ଦଳ ବିନା କୌଣସି ଜର୍ସି ସ୍ପନସରରେ ଖେଳିଥିଲା । ହେଲେ ଏବେ କିନ୍ତୁ ଟିମ୍ ଇଣ୍ଡିଆକୁ ମିଳିଛି ନୂଆ ଜର୍ସି ସ୍ପନସର ।

ମିଳିଥିବା ସୂଚନା ମୁତାବକ, ଏଣିକି ଆପୋଲୋ ଟାୟର୍ସ ପ୍ରତ୍ୟେକ ମ୍ୟାଚ୍ ପିଛା ବିସିସିଆଇକୁ ୪.୫ କୋଟି ଟଙ୍କା ପ୍ରଦାନ କରିବ । ପୂର୍ବରୁ ଡ୍ରିମ୧୧ ବିସିସିଆଇକୁ ୪ କୋଟି ଟଙ୍କା ଦେଉଥିଲା । ତେବେ ଏହି ନୂଆ ଚୁକ୍ତିନାମା ଆସନ୍ତା ୨୦୨୭ ମସିହା ପର୍ଯ୍ୟନ୍ତ ଚାଲିବ । ଏହି ନୂଆ ଚୁକ୍ତିନାମା ପରେ ଆପୋଲୋ ଟାୟାର୍ସର ଲୋଗୋ ଏବେ ଭାରତୀୟ ଦଳର ଜର୍ସିରେ ଝଲସିବ।