କନକ ବ୍ୟୁରୋ : ଅପୋଲୋ ହସ୍ପିଟାଲ୍ସ ରାଉରକେଲାରେ ବିଶିଷ୍ଟ ମଲ୍ଟିଡିସିପ୍ଲିନାରୀ ଇନ୍ଟେନ୍ସିଭ୍ କେୟାର୍ ୟୁନିଟ୍ (ICU) ସୁବିଧା ରହିଛି । ଯାହା ଏଠାର ଆପତକାଳୀନ ଓ ଗୁରୁତର ଚିକିତ୍ସା ସେବାର ମୁଖ୍ୟ ଆଧାର । ଏହି ICU ରେ ୪୦ଟି ଉଚ୍ଚ-ସୁରକ୍ଷିତ ବେଡ୍ ଓ ୩୮ଟି ଭେଣ୍ଟିଲେଟର୍ ବ୍ୟବସ୍ଥା ରହିଛି, ଯାହା ଜୀବନ-ଜୋଖିମ ସ୍ଥିତିରେ ରୋଗୀଙ୍କୁ ନିରବିଚ୍ଛିନ୍ନ ସହାୟତା ପ୍ରଦାନ କରେ । ଏହାକୁ ପାଳିକ୍ରମରେ MBBS ଡାକ୍ତରମାନେ ୨୪ ଘଣ୍ଟା ସେବାରେ ରହି, ଦଶକ ଠାରୁ ଅଧିକ ଅନୁଭବୀ ଦୁଇଜଣ ସିନିୟର୍ କ୍ରିଟିକାଲ୍ କେୟାର୍ ଫିଜିସିଆନ୍ଙ୍କ ନିର୍ଦ୍ଦେଶନାରେ ଚାଲିଥାଏ । ସେମାନେ ଭାରତର ପ୍ରମୁଖ ଚିକିତ୍ସା ସଂସ୍ଥାରେ ସେବା କରିଥିବା ଅନୁଭବ ରଖନ୍ତି । ICUରେ ପ୍ରଶିକ୍ଷିତ ଇନ୍ଟେନ୍ସିଭିଷ୍ଟ୍, ନର୍ସ ଓ ପ୍ୟାରାମେଡିକ୍ସିଆନଙ୍କ ନିଷ୍ଠାବାନ୍ ଦଳ ରହି, ମଲ୍ଟିଡିସିପ୍ଲିନାରୀ ଟିମ୍ ଆପ୍ରୋଚ୍ ମାଧ୍ୟମରେ ରୋଗୀ-କେନ୍ଦ୍ରିକ ସେବା ଦିଆଯାଏ । ବିଭିନ୍ନ ବିଶେଷଜ୍ଞଙ୍କ ସହକାରୀ ପ୍ରୟାସ ଦ୍ୱାରା ଗୋଟିଏ ରୋଗୀ ପାଇଁ ସର୍ବୋତ୍କୃଷ୍ଟ ଚିକିତ୍ସା ପ୍ରଣାଳୀ ଗଠିତ କରାଯାଏ । ଯାହାର ଫଳରେ ସୁସ୍ଥତା ଓ ସୁରକ୍ଷା ହାର ବୃଦ୍ଧି ପାଏ ।
ଆଧୁନିକ ପ୍ରଯୁକ୍ତିଗୁଡିକ, ଯଥା..ECMO (Extracorporeal Membrane Oxygenation), ଆର୍ଟେରିଆଲ୍ ଲାଇନ୍ ମନିଟରିଂ ଓ ଅଲ୍ଟ୍ରାସାଉଣ୍ଡ ଗାଇଡେଡ୍ ପ୍ରୋସିଜର୍ ସାଧାରଣତଃ ବ୍ୟବହୃତ ହୋଇଥାଏ । ଏହି ଆଧୁନିକ ପ୍ରଣାଳୀଗୁଡ଼ିକ ଦ୍ୱାରା ଜଟିଳ ଗୁରୁତର କେସରେ ଯଥାର୍ଥ ହସ୍ତକ୍ଷେପ ଓ ନିରନ୍ତର ନିରୀକ୍ଷଣ ସମ୍ଭବ ହୁଏ । ସମସ୍ତ ପ୍ରକ୍ରିୟା ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ପ୍ରୋଟୋକଲ୍ ଓ SOPs ଅନୁସରଣରେ କରାଯାଏ, ଯାହା ରୋଗୀ ସୁରକ୍ଷା ଓ ଗୁଣମାନକୁ ସୁନିଶ୍ଚିତ କରେ ।
ଅପୋଲୋ ହସ୍ପିଟାଲ୍ସ ରାଉରକେଲାରେ, କ୍ଲିନିକାଲ୍ ଏକ୍ସେଲେନ୍ସ୍, ପ୍ରଶିକ୍ଷିତ କର୍ମୀବୃନ୍ଦ ଓ ଆଧୁନିକ ପ୍ରାଣାଳୀ ମିଶିଥିବାରୁ ପ୍ରତ୍ୟେକ ଗୁରୁତର ରୋଗୀଙ୍କୁ ସୁସ୍ଥତା ପାଇଁ ସର୍ବୋତ୍କୃଷ୍ଟ ସୁଯୋଗ ମିଳେ । ତାହାର ଦୃଢ଼ ICU ସେବା ଓ ପ୍ରମାଣ-ଆଧାରିତ ପ୍ରୟୋଗ ଦ୍ୱାରା, ଏହି ହସ୍ପିଟାଲ୍ ଏଲାକାରେ କ୍ରିଟିକାଲ୍ କେୟାର୍ ମ୍ୟାନେଜମେଣ୍ଟରେ ଏକ ମାନକ ସ୍ଥାପନ କରିଛି ।