ଖୁବ୍‌ଶୀଘ୍ର ରିଲିଜ୍‌ ହେବ କଲାମଙ୍କ ବାୟୋପିକ୍‌ ; ସାମ୍ନାକୁ ଆସିଲା ପୋଷ୍ଟର

Advertisment

ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଉପରେ ଆଧାରିତ ବହୁ ପ୍ରତୀକ୍ଷିତ ବାୟୋପିକ୍‌ର ପୋଷ୍ଟର ସାମ୍ନାକୁ ଆସିଛି ।

ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଉପରେ ଆଧାରିତ ବହୁ ପ୍ରତୀକ୍ଷିତ ବାୟୋପିକ୍‌ର ପୋଷ୍ଟର ସାମ୍ନାକୁ ଆସିଛି ।

ଆସୁଛି କଲାମଙ୍କ ବାୟୋପିକ୍‌

Photograph: (kanaknews)

କନକ ବ୍ୟୁରୋ : ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୀବନୀ ଉପରେ ଏକ ବାୟୋପିକ୍‌ ଖୁବଶୀଘ୍ର ରିଲିଜ୍‌ ହେବାକୁ ଯାଉଛି । ଯାହାର ପୋଷ୍ଟର ଏବେ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଡକ୍ଟର କଲାମଙ୍କ ଅସାଧାରଣ ଜୀବନ ଯାତ୍ରାକୁ ବଡ଼ ପରଦାରେ ଆଣିବାକୁ ଯାଉଛନ୍ତି ଫିଲ୍ମ ନିର୍ମାତା । ରାମେଶ୍ୱରମ ତାମିଲନାଡୁଠୁ ନେଇ ରାଷ୍ଟ୍ରପତି ଭବନ, ତା'ସହ ରାଷ୍ଟ୍ରପତି ହେବା ପଛର ପ୍ରେରଣାଦାୟୀ କାହାଣୀ ଖୁବଶୀଘ୍ର ବଡ଼ ପରଦା ଉପରେ ଦେଖିବାକୁ ପାଇବେ ଦର୍ଶକ ।

ଅଭିଷେକ ଅଗ୍ରୱାଲ ଏବଂ ଏ.କେ. ଏଣ୍ଟରଟେନମେଣ୍ଟସ୍ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ଏ.ପି.ଜେ. ଅବଦୁଲ କଲାମ ଇଣ୍ଟରନେସନାଲ ଫାଉଣ୍ଡେସନର ସହଯୋଗରେ ନିର୍ମାଣ କରାଯାଉଛି । କାରଣ, ଭାରତର ଏହି ପ୍ରିୟ ଏବଂ ସମ୍ମାନିତ ବ୍ୟକ୍ତିତ୍ୱଙ୍କ ଚରିତ୍ର ସମ୍ପୂର୍ଣ୍ଣ ସତ୍ୟ ଏବଂ ଗାରିମା ସହ ଉପସ୍ଥାପନ କରାଯିବ । 

ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯୋଜନା କରାଯାଇଥିବା ଏହି ଚଳଚ୍ଚିତ୍ରଟିର ନାଁ ରହିଛି 'ଜନତା କେ ରାଷ୍ଟ୍ରପତି' । ଏଥିରେ ଡକ୍ଟର କଲାମଙ୍କର ଜୀବନ ଯାତ୍ରା ,ତାଙ୍କର ଜ୍ଞାନ, ତାଙ୍କର ନମ୍ରତା ଏବଂ ଦେଶ ପ୍ରତି ତାଙ୍କର ସେବା ମନୋଭାବକୁ ଦେଖାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ଚଳଚିତ୍ର ନିର୍ମାତା । ସେୟାର କରାଯାଇଥିବା ଏହି ବାୟୋପିକ୍‌ର ପୋଷ୍ଟରରେ ତାଙ୍କ ଚରିତ୍ରର ଝଲକ ପ୍ରତିପାଦିତ ହେଉଛି । ଏହି ବାୟୋପିକ୍‌ଟି ପରଦାରେ ଆସିବା ପରେ ଖୁବ୍‌ ଲୋକପ୍ରିୟତା ସାଉଁଟିବ ବୋଲି ଆଶା ରଖିଛନ୍ତି ଫିଲ୍ମ ନିର୍ମାତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe