କନକ ବ୍ୟୁରୋ: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଭୁବନେଶ୍ୱରର ଉନ୍ନତି ପାଇଁ ୬ଟି ପ୍ରସ୍ତାବ ରଖିଛନ୍ତି । ନନ୍ଦନକାନନ ରାସ୍ତାର ପ୍ରଶସ୍ତିକରଣ, କଳ୍ପନାରୁ ରବି ଟକିଜକୁ ଫ୍ଲାଏ ଓଭର, ଭୁବନେଶ୍ବର ବାହାରେ ଏକ ରିଙ୍ଗ ରୋଡ୍ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଛନ୍ତି ଭୁବନେଶ୍ୱର ସାଂସଦ । ସେହିଭଳି ଦୟା ପଶ୍ଚିମ କେନାଲ ଓ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ, ସହିଦନଗର ହାଟର ଜମି ଅଧିଗ୍ରହଣ ଏବଂ ନୟାପଲ୍ଲୀରେ ବରିଷ୍ଠ ନାଗରିକଙ୍କ ପାଇଁ କମ୍ୟୁନିଟି ହଲର ନିର୍ମାଣ ଆଦି ପ୍ରସ୍ତାବ ରଖିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା ଷଡ଼ଙ୍ଗୀ । ରାଜଧାନୀର ଉନ୍ନତି ପାଇଁ ସାଂସଦଙ୍କ ୬ ପ୍ରସ୍ତାବ ।
ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଭୁବନେଶ୍ୱରର ଉନ୍ନତି ପାଇଁ ୬ଟି ପ୍ରସ୍ତାବ ରଖିଛନ୍ତି ।
/kanak/media/media_files/2025/01/04/tPrZqRPPajrWfXzvCAYO.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)