କନକ ବ୍ୟୁରୋ: ଦୁଷ୍କର୍ମ ବିରୋଧୀ ବିଲ ପାସ। କୋଲକାତାରେ ବିରୋଧ ତେଜୁଥିବା ବେଳେ ପଶ୍ଚିମବଙ୍ଗ ସରକାର ଦୁଷ୍କର୍ମ ଅଭିଯୁକ୍ତଙ୍କୁ କଡା ଦଣ୍ଡ ଦେବାକୁ ଅପରାଜିତା ବିଲ୍ ପାସ କରିଛନ୍ତି । ଏହି ବିଲ୍ ଅଧୀନରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବାକୁ ନିୟମ ରହିଛି। ଚାର୍ଜସିଟ୍ ଦାଖଲ ହେବାର ୩୬ ଦିନ ମଧ୍ୟରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯିବାକୁ ନିୟମ କରାଯାଇଛି।

ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୃତ୍ୟୁ ଦଣ୍ଡାଦେଶ

  • ଚାର୍ଜସିଟ୍ ଦାଖଲ ହେବାର ୩୬ ଦିନ ମଧ୍ୟରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା
  • କେବଳ ଦୁଷ୍କର୍ମ ନୁହେଁ ଏସିଡ୍ ଆକ୍ରମଣ ମଧ୍ୟ ଏକ ଗୁରୁତର ଅପରାଧ
  • ଏହି ବିଲରେ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି
  • ପ୍ରତି ଜିଲ୍ଲାରେ ସ୍ପେଶାଲ ଫୋର୍ସ-ଅପରାଜିତା ଟାସ୍କ ଫୋର୍ସ ଗଠନ କରାଯିବ
  • ଅପରାଜିତା ଟାସ୍କ ଫୋର୍ସ ଦୁଷ୍କର୍ମ, ଏସିଡ୍ ଆକ୍ରମଣ କିମ୍ବା ଅସଦାଚରଣ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ
  • ଯଦି କେହି ପୀଡ଼ିତାଙ୍କ ପରିଚୟ ପ୍ରକାଶ କରନ୍ତି ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ପୂର୍ବରୁ ଆନ୍ଧ୍ର ଓ ମହାରାଷ୍ଟ୍ର ଆଣିଛନ୍ତି ବିଲ୍

  • ବିଲ୍ ଆଣିବାକୁ ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି
  • ଏଭଳି ବିଲ୍ ଆଗତ କରିବାରେ ପ୍ରଥମ ରାଜ୍ୟ ନୁହେଁ
  • ପୂର୍ବରୁ ଦୁଇଟି ରାଜ୍ୟ ଏଭଳି ବିଲ୍ ଆଗତ କରିଛନ୍ତି
  • ଆନ୍ଧ୍ରପ୍ରଦେଶ ସରକାର ୨୦୧୯ରେ ‘ଦିଶା ବିଲ୍’ ଆଣିଥିଲେ
  • ମହାରାଷ୍ଟ୍ର ସରକାର ୨୦୨୦ରେ ‘ଶକ୍ତି ବିଲ୍’ ଆଣିଥିଲେ
  • କିନ୍ତୁ ଏହି ବିଲକୁ ଅନୁମୋଦନ ମିଳିନାହିଁ
  • ରାଷ୍ଟ୍ରପତି ଅନୁମୋଦନ କଲେ ଆଇନରେ ପରିଣତ ହେବ
  • ଓଡ଼ିଶା ବି ପଶ୍ଚିମବଙ୍ଗ ଭଳି ବିଲ୍ ଆଣିବ କି?
  • ଓଡ଼ିଶାରେ ମହିଳାଙ୍କ ବିରୋଧରେ ହିଂସା ଚିନ୍ତାଜନକ
  • ଦିଲ୍ଲୀ ଦୁଷ୍କର୍ମ ଘଟଣା ପରେ ନିର୍ଭୟା ନାଁରେ କେନ୍ଦ୍ର ସରକାର ଆଇନ୍ ଆଣିଛନ୍ତି
  • କିନ୍ତୁ ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ କମିନି
  • କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ କର୍ପସ ଫଣ୍ଡର ବ୍ୟବସ୍ଥା କରିଛନ୍ତି
  • ଅନେକ ରାଜ୍ୟ ଏହି ପାଣ୍ଠିର ସଦୁପଯୋଗ କରିପାରୁନାହାନ୍ତି
  • ୨୦୨୦ର ରିପୋର୍ଟ ଅନୁଯାୟୀ ଓଡ଼ିଶା ପାଣ୍ଠିର ୨୫ ପ୍ରତିଶତରୁ କମ୍ ଖର୍ଚ୍ଚ କରିଛି