Photograph: (kanaknews)
କନକବ୍ୟୁରୋ : ଶୀତ ପଡ଼ିଲାଣି ମତେ ଥଣ୍ଡା, କାଶ ହେବା ଗୋଟେ ସାଧାରଣ ସମସ୍ୟା । କେବେ କାଶ ଶୀଘ୍ର ଭଲ ହୋଇଯାଏ ହେଲେ ଅନେକ ସମସ୍ୟାରେ କାଶ ସପ୍ତାହ ସପ୍ତାହ ଧରି ଲାଗି ରୁହେ । ଏମିତି କାଶ ଯେ ନା କଥା କହିହୁଏ ନା ଶୋଇହୁଏ । କିନ୍ତୁ ଏଭଳି କିଛି ଘରୋଇ ଉପଚାର ଅଛି ଯାହା ଆପଣାଇଲେ ଯେତେ ଦିନର କାଶ ହେଉ ପଛେ ଭଲ ହୋଇଯିବ । ଏବେ ଜାଣନ୍ତୁ କିଛି ଘରୋଇ ଉପଚାର :
କାଶ ଦୁଇଟି କାରଣରୁ ହୋଇପାରେ ପେଟ ଗରମ ହେଲେ ଶୁଖିଲା କାଶ ହୁଏ । ଥଣ୍ଡା ହେଲେ କଫ ଜମି ଲହରା କାଶ ହୁଏ । ଫଳରେ ତଣ୍ଟି ଟି ଛିଡ଼ିଯାଇ ରକ୍ତ ବି ବେଳେ ବେଳେ ପଡ଼େ । କାଶ ଯୋଗୁଁ ତଣ୍ଟି , ବି ଦରଜ ହୋଇ ସ୍ବର ପଡ଼ିଯାଏ । ତେବେ ଯଦି ଆପଣଙ୍କର ଶୁଖିଲା କାଶ ହେଉଛି , ତାହେଲେ ଚିମୁଟେ ହଦଳି ଗୁଣ୍ଡ ନିଅନ୍ତୁ । ଏହାକୁ କଳରେ ଜାତି ରଖି ଏହାକୁ ଧୀରେ ଧୀରେ ଢ଼ୋକନ୍ତୁ। ଯେମିତି କିଛି ଚକଲେଟ୍ କି ଅଁଳା ଜାତି ତାର ରସକୁ ଧୀରେ ଧୀରେ ଢ଼ୋକନ୍ତି ସେଭଳି ହଳଦୀର ରସକୁ ଢ଼ୋକନ୍ତୁ ।
ଅଧିକ ପଢନ୍ତୁ... ଶୀତଦିନେ ଏମିତି ନିଅନ୍ତୁ ନିଜ ତ୍ବଚାର ଯତ୍ନ
ହଳଦି ବେଷ୍ଟ ଆଣ୍ଟିବାୟୋଟିକ୍ ହୋଇଥିବାରୁ ଏହା ଧୀରେ ଧୀରେ ଗଳାକୁ ଠିକ କରିବା ସହ କାଶ ସମସ୍ୟାକୁ ଦୂରେଇ ଦେବ । ହଁ ବ୍ୟବହାର କରୁଥିବା ହଳଦି ଶୁଦ୍ଧ ହୋଇଥିବା ଦରକାର । କାରଣ ବଜାରରେ ମିଳୁଥିବା ଅଧିକାଂଶ ହଳଦି ଅପମିଶ୍ରିତ ବା ଭେଜାଲ ହୋଇଥିବା କାରଣରୁ ଏହାର ଔଷଧୀୟ ଗୁଣ ଉପରେ ବି ସନ୍ଦେହ ରହିଛି ।
କାଶ ପାଇଁ ହଳଦିର ଉପଚାର ଥରକରେ ଯଦି କାମ ନଦିଏ ଏହାକୁ ଦ୍ବିତୀୟ ଥର ବ୍ୟବହାର କରନ୍ତୁ ନିଶ୍ଚୟ ଉପଶମ ମିଳିବ । ଦିନକୁ ୪ରୁ ୫ ଥର ହଳଦୀ ଗୁଣ୍ଡକୁ କଳରେ ଜାକିଲେ ଉପଶମ ମିଳିବ ନିଶ୍ଚୟ ।
ଏବେ ଜାଣିବା କଫ କାଶ ବା ଥଣ୍ଡା କାଶ ହେଲେ କ’ଣ କରିବେ :
ଗୋଟେ ଚାମଚ ଅଦାରସ ନିଅନ୍ତୁ । ସେଥିରେ ଅଧା ଚାମଚ ମହୁ ମିଶାଇ ଏହାକୁ ଦିନକୁ ୩ରୁ ୪ ଥର ସେବନ କରନ୍ତୁ । ଦେଖିବେ ଗଳାରୁ କଫ ଖସିବ ଏବଂ ଗଳା ସଫା ହୋଇଯିବ । କଫ ତରଳି କାଶ ବାଟେ ବାହାରିଯିବ । ଏବଂ ଦିନେ ଦୁଇ ଦିନରେ ଏହି ଘରୋଇ ଉପଚାର ଘୋର କାଶ ସମସ୍ୟାକୁ ବି ଦୂରେଇଦେବ । ଏହି ପଥିର ପ୍ରଥମ ବ୍ୟବହାରରେ ହିଁ ହାଲକା ଅନୁଭବ କରିବେ । ଆଉ ୩ରୁ ୪ଥରର ବ୍ୟବହାର କାଶ ସମସ୍ୟାକୁ ନିଶ୍ଚୟ ଦୂର କରିବ । ତେବେ ଆଜି ହିଁ ଏହି ଘରୋଇ ଉପଚାର ଆପଣାନ୍ତୁ ଏବଂ କାଶରୁ ମୁକ୍ତି ପାଆନ୍ତୁ ।
Follow Us