କନକ ନ୍ୟୁଜ: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଷ୍ଟାର ଯୋଡି ପୁଣି ଥରେ ଫ୍ୟାନ୍ସଙ୍କ ମନ ଜିଣିଛନ୍ତି । ଷ୍ଟାର କପଲଙ୍କୁ ଏକ ନୂଆ ବିଜ୍ଞାପନରେ ଦେଖିବାକୁ ମିଳିଛି ସେ ପୁଣି ଦୁବାଇରେ । ଅନୁଷ୍କା ନିଜ ଇନ୍ଷ୍ଟାଗ୍ରାମରେ ଦୁବାଇ ଟ୍ରିପ୍ ର ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଅନୁଷ୍କା ଏବଂ ବିରାଟଙ୍କ କିଛି ରୋମାଣ୍ଟିକ ମୁହୂର୍ତ୍ତଗୁଡ଼ିକ ମଧ୍ୟ ଦେଖାଯାଇଛି ।
କପଲଙ୍କୁ ଡ୍ୟାନ୍ସ କରିବାର ମଧ୍ୟ ଏହି ଭିଡିଓ ରେ ଦେଖିବାକୁ ମିଳିଛି । ତିନି ମିନିଟ୍ ସମୟର ଏହି ଆଡ୍ ରେ କପଲଙ୍କ ମଜା ମସ୍ତି କରୁଥିବାର ଦେଖିବାକୁ ମିଳିଛି । ଭିଡିଓ ରେ କେତେବେଳେ ପୁଲ୍ରେ ମଜା ନେଉଥିବାର ଦେଖିବକୁ ମିଳିଛି ତ ଆଉ କେତେବେଳେ ଏକାଠି ମଧ୍ୟାହ୍ନ ଭୋଜନର ମଜା ନେଉଛନ୍ତି । ଭିଡିଓର ଶେଷରେ ଦୁବାଇରେ ବିବାହ ପ୍ରସ୍ତାବ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । କ୍ଲିପରେ ଅନୁଷ୍କା ବିରାଟଙ୍କ ସହ ଫରାସୀ ଭାଷାରେ କଥା ହେଉଥିବାର ଦେଖାଯାଉଛି । ଷ୍ଟାର କ୍ରିକେଟର ମଧ୍ୟ ଏହାର ମଜାଦାର ଉତ୍ତର ଦେଇଛନ୍ତି । ଷ୍ଟାର ଦମ୍ପତିଙ୍କ ଭିଡିଓ ଦେ ଖି ସେମାନଙ୍କ ପ୍ରଶଂସକମାନେ ସେମାନଙ୍କୁ ପରଦାରେ ଏକାଠି ଦେଖିବାକୁ ଇଛା ପ୍ରକାଶ କରିଛନ୍ତି ।