ଯାଜପୁର କାଳୀପୂଜାରେ ବର୍ଷା-ଅନୁଭବ : ବିବାହ ବିଚ୍ଛେଦ ପରେ ପ୍ରଥମ ଥର ଏକାଠି ନଜର ଆସିଲେ

ଯାଜପୁର କାଳୀପୂଜାରେ ବର୍ଷା-ଅନୁଭବ । ବିବାହ ବିଚ୍ଛେଦ ପରେ କାଳୀପୂଜାରେ ଆସିଲେ ନଜର । ହେଲେ କେହି କାହା ବିଷୟରେ ଖୋଲିଲେନି ମୁହଁ ।

39ab

କନକ ବ୍ୟୁରୋ: ଯାଜପୁର କାଳୀପୂଜାରେ ବର୍ଷା-ଅନୁଭବ । ବିବାହ ବିଚ୍ଛେଦ ପରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ହେଲେ କେହି କାହା ବିଷୟରେ ମୁହଁ ଖୋଲିନାହାନ୍ତି । ଯାଜପୁରର ଗଣପର୍ବ କାଳୀପୂଜା ଅବସରରେ ପୂଜା କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୋଟିଏ ଦିନରେ ପାଖାପାଖି ମଣ୍ଡପରେ ଯୋଗଦେଇଥିଲେ ବର୍ଷା ଓ ଅନୁଭବ । କିନ୍ତୁ ଉଭୟ ବିଭିନ୍ନ ସମୟରେ ସାମାଜିକ ଗଣମାଧ୍ୟମରେ ଆରୋପ ପ୍ରତ୍ୟାରୋପ କରୁଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚରେ କେହି କାହା ବିଷୟରେ ମୁହଁ ଖୋଲିନଥିଲେ । 

ଉଭୟ ନିଜର ଦର୍ଶକ ଓ ଶୁଭେଚ୍ଛୁଙ୍କୁ ପ୍ରଶଂସା କରିଥିବା ବେଳେ ନିଜର ପାରିବାରିକ ବିବାଦ‌ରୁ ଦୂରରେ ରହିଥିଲେ । ଉଭୟ ନିଜ ନିଜ ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ। ଅନୁଭବ ନିକଟରେ ମୁକ୍ତିଲାଭ କରିଥିବା କର୍ମ ଚଳଚିତ୍ରର ଚିରିଂ ଚିରିଂ ଗୀତରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ବେଳେ ବର୍ଷା ମଧ୍ୟ ମଞ୍ଚରେ ହାତ ହଲାଇ ନିଜର ଫ୍ୟାନମାନଙ୍କୁ ଅଭିବାଦନ ଜଣାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe