କନକ ବ୍ୟୁରୋ : ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରୁଥିବାରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହାସହ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ୱ ନେଇଛନ୍ତି । ନୂଆ ବର୍ଷରେ ଓଡ଼ିଶାକୁ ନୂଆ ଶାସନ ସଚିବ ମିଳିଥିବା ବେଳେ ଓଡ଼ିଶା ଇତିହାସରେ ଜଣେ ମହିଳାଙ୍କ ହାତକୁ ଯାଇଛି ମୁଖ୍ୟ ଶାସନ ସଚିବ ପଦବୀ । ଉନ୍ନୟନ କମିସନର ଥିବା ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଛନ୍ତି । 

Advertisment

ଯଦି ଆଇଏଏସ୍ ଅନୁ ଗର୍ଗଙ୍କ କ୍ୟାରିୟର ଉପରେ ନଜର ପକାଇବା ତେବେ 

  •  ୧୯୯୧ ବ୍ୟାଚର ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଅନୁ ଗର୍ଗ 
  • ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିଲେ 
  •  ଜଳ ସଂପଦ ଏବଂ ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିଲେ
  •  ପୂର୍ବରୁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଶ୍ରମ ବିଭାଗର ପ୍ରମୁଖ ସଚିବ ଥିଲେ
  •  ୨୦୦୮ ରୁ ୨୦୧୨ ଯାଏଁ ସ୍ୱାସ୍ଥ୍ୟ କମିସନର ତଥା ସଚିବ ଥିଲେ   
  •  କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ ତୁଲାଇଛନ୍ତି ଗୁରୁ ଦାୟିତ୍ୱ 
  •  ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ବୟନ ଶିଳ୍ପ ମନ୍ତ୍ରାଳୟ ଆଦିର ଯୁଗ୍ମ ସଚିବ ଭାବେ ରହିଛି ଅଭିଜ୍ଞତା 
  •  ୧୯୯୨ରୁ ୨୦୦୩ ଯାଏଁ ଥିଲେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ 
  • ଭାରତ ସରକାରଙ୍କ ପ୍ଲାନିଂ କମିସନ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳର ସଦସ୍ୟ ଥିଲେ
  •  ଦିଲ୍ଲୀ ଓ ଲକ୍ଷ୍ନୌ ସହ ଆମେରିକାରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି ଏହି ବରିଷ୍ଠ ପ୍ରଶାସକ  


ତେବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ଅବସର ନେଇଛନ୍ତି । ତାଙ୍କ ପାଇଁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ପତ୍ନୀ ତଥା ଅବସରପ୍ରାପ୍ର ପ୍ରାଶାସନିକ ଅଧିକାରୀ ଆରତୀ ଆହୁଜା ମଧ୍ୟ ଉପସ୍ଥିତ ଥିଲେ । ଉଭୟ ସେମାନଙ୍କର ପ୍ରଶାସନିକ କ୍ୟାରିଅର ଭିତରେ ଓଡ଼ିଶାକୁ ଗଭୀର ଭାବେ ଭଲ ପାଇବା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ । ଓଡ଼ିଶାର ବିକାଶ ଓ ଭବିଷ୍ୟତ ପାଇଁ ସେ ସକରାତ୍ମକ ଅଭିବ୍ୟକ୍ତି ଓ ଦୃଢୋକ୍ତି ପ୍ରକାଶ କରିଥିଲେ । ସମସ୍ତ ପ୍ରଶାସନିକ ଅଧିକାରୀମାନଙ୍କୁ ସେମାନଙ୍କର ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।