କନକ ବ୍ୟୁରୋ: ପାଖେଇ ଆସିଲାଣି ମାଓମୁକ୍ତ ଭାରତ ଡେଡଲାଇନ୍ । ମାର୍ଚ୍ଚ ୩୧ ସୁଧା ପୁରା ଭାରତକୁ ମାଓ ମୁକ୍ତ ଘୋଷଣା କରିବାକୁ ଲକ୍ଷ୍ୟ ରଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ତେବେ ଏବେ ବି ଘଞ୍ଚ ଜଙ୍ଗଲରେ ସକ୍ରିୟ ଅଛନ୍ତି ଆଉ କେତେ ମାଓବାଦୀ। ସେମାନଙ୍କୁ ସାବାଡ୍ କରିବା ପାଇଁ ମିଶନ ମୋଡରେ ଜାରି ରହିଛି ଅପରେସନ। କନ୍ଧମାଳ ଜଙ୍ଗଲରେ ଏବେ ବି ୪୦ ରୁ ୫୦ ମାଓବାଦୀ ରହିଥିବା ଦକ୍ଷିଣାଞ୍ଚଳ ଆଇଜି ସୂଚନା ଦେଇଛନ୍ତି । କନ୍ଧମାଳ ରାଇକିଆ ଥାନା କରଡ଼ା- ଗୋଛା ଜଙ୍ଗଲରେ ଦୁଇ ଦିନ ହେବ ଚାଲିଛି ଅପରେସନ। ଅପରେସନ ସମୟରେ ଯବାନ-ମାଓବାଦୀ ମୁହଁ।ମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ ଗୁଳି ବିନିମୟରେ ୩ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି ।
ସେପଟେ ଛତିଶଗଡ଼ରେ ଆତ୍ମସମର୍ପଣ କରିଛି ଥିପୁରି ତିରୁପତି। ଏହି ସୂଚନା ଦେଇଛନ୍ତି ଛତିଶଗଡ ଗୃହମନ୍ତ୍ରୀ ବିଜୟ ଶର୍ମା । ଥିପୁରୀ ତିରୁପତିଙ୍କ ସମେତ ମାଲ୍ଲାରାଜି ରେଡ୍ଡୀ ମଧ୍ୟ ଆତ୍ମସମର୍ପଣ କରିଛନ୍ତି । କେନ୍ଦ୍ରୀୟ କମିଟି ସଦସ୍ୟ ଅଛନ୍ତି ମାଲ୍ଲାରାଜି । ଛତିଶଗଡ଼ ସମେତ ଓଡିଶାରେ ମଧ୍ୟ ସକ୍ରୀୟ ଥିଲେ। ଅପରେସନ କରେଗୁଟ୍ଟାକୁ ମିଳିଛି ବଡ ସଫଳତା । ଏଯାଏଁ ୮୦ରୁ ଅଧିକ ଆଇଡି ଠାବ ହୋଇଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ : ନେପାଳରେ ଭୟଙ୍କର ଭୂମିକମ୍ପ ଥରିଉଠିଲା ଘରଦ୍ବାର, ଭୟରେ ଲୋକେ
ଥିପୁରି ତିରୁପତି ଓରଫ ଦେବଜୀ :
ଥିପୁରି ତିରୁପତି ଓରଫ ଦେବଜୀ ମୁଣ୍ଡରେ କୋଟିଏ ଟଙ୍କାର ପୁରସ୍କାର
ବାସାବ ରାଜୁଙ୍କ ମୃତ୍ୟୁ ପରେ ମାଓ ମୁଖିଆ ଦାୟିତ୍ୱ ତୁଲାଇ ଥିଲେ ଥିପୁରୀ ତିରୁପତି
ସେଣ୍ଟ୍ରାଲ ମିଲିଟାରି କମାଣ୍ଡର ମୁଖ୍ୟ, ପଲିଟ୍ ବ୍ୟୁରୋ ସଦସ୍ୟ, ସେଣ୍ଟ୍ରାଲ ରିଜିଓନାଲ ବ୍ୟୁରୋ ସଦସ୍ୟ ଏବଂ କେନ୍ଦ୍ରୀୟ କମିଟି ସଦସ୍ୟ
ମାଲାରାଜି ରେଡ୍ଡୀ ଓରଫ ସତାନ୍ନା :
ମାଲାରାଜି ମୁଣ୍ଡରେ ୧ କୋଟିର ପୁରସ୍କାର
ସେଣ୍ଟ୍ରାଲ ରିଜିଓନାଲ ବ୍ୟୁରୋ ସଦସ୍ୟ ସହ କେନ୍ଦ୍ରୀୟ କମିଟି ସଦସ୍ୟ
ଓଡ଼ିଶା ସମେତ ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ସୂଚନା
Follow Us