ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି ; ମନ୍ଦିର ଉପରେ ଡ୍ରୋନ୍‌ ଉଡିଲେ ତାକୁ ମାରି ଖସାଇଦେବ

 ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି । ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଲିସ ସହ ଚାଲିଛି ଆଲୋଚନା । ମନ୍ଦିର ଉପରେ ଡ୍ରୋନ୍‌ ଉଡିଲେ ତାକୁ ମାରି ଖସାଇବା ପାଇଁ ନୂଆ ବ୍ୟବସ୍ଥା ।

Antidrone system

Antidrone system Photograph: (KanakNews)

କନକ ବ୍ୟୁରୋ: ଶ୍ରୀମନ୍ଦିରର ସୁରକ୍ଷା ଲାଗି ଲାଗିବ ଆଣ୍ଟିଡ୍ରୋନ ସିଷ୍ଟମ୍ । ଏ ନେଇ ପୁଲିସ ସହ ଆଲୋଚନା କରିଛି ଆଇନ ବିଭାଗ । ଆଣ୍ଟିଡ୍ରୋନ ଟେକ୍ନୋଲୋଜି ଲାଗିଲେ ଡ୍ରୋନ ଉଡ଼ିବା ପରେ ଏହାକୁ ଖସାଇ ଦିଆଯାଇପାରିବ । ଏଥିଲାଗି ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଯୋଗାଇବ । ଏ ନେଇ ବିଚାରବିମର୍ଶ ଚାଲିଛି ବୋଲି କହିଛନ୍ତି  ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଏହା ସହ ହରିଚନ୍ଦନ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ରଥଯାତ୍ରା ପାଇଁ ସହାୟତା ଯୋଗାଇ ଦେବେ ସରକାର  | ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ହେଉଥିବା ବେଳେ ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ ଆଇନ ବିଭାଗ  | ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ରଥଯାତ୍ରା ପାଇଁ ଆର୍ଥିକ ସହାୟତା ମିଳିବ | ଏନେଇ ଅନେକ ଆବେଦନ ଆସିଛି ଏବଂ ଯେଉଁମାନେ ଆବେଦନ କରିନାହାନ୍ତି ତାଙ୍କ କଥା ବିଚାର କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe