କନକ ବ୍ୟୁରୋ: ଶ୍ରୀମନ୍ଦିରର ସୁରକ୍ଷା ଲାଗି ଲାଗିବ ଆଣ୍ଟିଡ୍ରୋନ ସିଷ୍ଟମ୍ । ଏ ନେଇ ପୁଲିସ ସହ ଆଲୋଚନା କରିଛି ଆଇନ ବିଭାଗ । ଆଣ୍ଟିଡ୍ରୋନ ଟେକ୍ନୋଲୋଜି ଲାଗିଲେ ଡ୍ରୋନ ଉଡ଼ିବା ପରେ ଏହାକୁ ଖସାଇ ଦିଆଯାଇପାରିବ । ଏଥିଲାଗି ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଯୋଗାଇବ । ଏ ନେଇ ବିଚାରବିମର୍ଶ ଚାଲିଛି ବୋଲି କହିଛନ୍ତି  ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

Advertisment

ଏହା ସହ ହରିଚନ୍ଦନ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ରଥଯାତ୍ରା ପାଇଁ ସହାୟତା ଯୋଗାଇ ଦେବେ ସରକାର  | ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ହେଉଥିବା ବେଳେ ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ ଆଇନ ବିଭାଗ  | ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ରଥଯାତ୍ରା ପାଇଁ ଆର୍ଥିକ ସହାୟତା ମିଳିବ | ଏନେଇ ଅନେକ ଆବେଦନ ଆସିଛି ଏବଂ ଯେଉଁମାନେ ଆବେଦନ କରିନାହାନ୍ତି ତାଙ୍କ କଥା ବିଚାର କରାଯିବ ।