ଶ୍ରୀମନ୍ଦିର ଚାରିପଟେ ଲାଗିବ ଆଣ୍ଟି ଡ୍ରୋନ୍ ଡିଭାଇସ୍ ; ଡ୍ରୋନ୍ ଉଡ଼ାଇଲେ ମିଳିବ ଦଣ୍ଡ

 କଠୋର ହେଲେ କେନ୍ଦ୍ର ସରକାର । ଶ୍ରୀମନ୍ଦିର ଉପରେ କୌଣସି ବି ଉଡ଼ାଣ ନିଷେଧ । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କ ମ୍ୟାପ୍‌ରେ ରେଡ୍‌ ଜୋନ ଭାବେ ଚିହ୍ନଟ ହେଲା  । ଖୁବ୍ ଶୀଘ୍ର ଲାଗିବ ଆଣ୍ଟି ଡ୍ରୋନ୍ ଡିଭାଇସ୍ । ଉଲ୍ଲଂଘନ କଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ । 

17

କନକ ବ୍ୟୁରୋ: ଡାଇରେକ୍ଟର ଜେନେରାଲ ସିଭିଲ ଆଭିଏସନ୍ ବା ଡ଼ିଜିସିଏ ମ୍ୟାପରେ ଶ୍ରୀମନ୍ଦିର ରେଡ ଜୋନ ଭାବ ସ୍ଥାନ ପାଇଛି  । ଏହି ରେଡ୍ ଜୋନ୍ ଅନୁଯାୟୀ ସମୁଦ୍ର ପତ୍ତନ ଠାରୁ ୫୦,୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ କୌଣସି ଉଡ଼ାଣ ହୋଇପାରିବ ନାହିଁ। ରେଡ୍ ଜୋନ୍ ପରେ ଆଇନ ଅନୁଯାୟୀ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିପାରିବ। 

ଏୟାରସ୍ପେସ୍  ମ୍ୟାପରେ କିଛି ଏଭଳି ତଥ୍ୟ ରହିଥିବା ଭାରତ ସରକାରଙ୍କ ଡିଜିସିଏ ୱେବସାଇଟରେ ଉପଲବ୍ଧ ରହିଛି । ଭଲକରି ଦେଖନ୍ତୁ  ଏୟାରସ୍ପେସ୍ ମ୍ୟାପକୁ । ଏଥିରେ ସ୍ପଷ୍ଟଭାବେ ଲେଖାହେଇଛି ସେପ୍ଟେମ୍ବର ୨୬ ତାରିଖରେ ଶ୍ରୀମନ୍ଦିରରକୁ  RED ZONE ଭାବେ ଘୋଷଣା କରାଯିବା କଥା । ଏହାର ଅବଧି ୩ ବର୍ଷ ମଧ୍ୟ ରହିଛି ।  ମାନେ ୨୦୨୮  ସେପ୍ଟେମ୍ବର ୨୫ ତାରିଖରେ ଏହାର ସମୟସୀମା ସରିବ । ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ ଏବେ RED ZONE ଘୋଷଣା ହେବା ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି ।

-ଶ୍ରୀମନ୍ଦିର ଉପରେ ମନଇଛା ଡ୍ରୋନ୍ ଉଡିପାରିବ ନାହିଁ
-ଆଣ୍ଟି ଡ୍ରୋନ୍ ଡିଭାଇସ ଲାଗିବ
-ଡିଭାଇସ ଲାଗିଲେ ଉଡୁଥିବା ଟ୍ରୋନ କାବୁ ହୋଇପାରିବ
- ବ୍ୟକ୍ତିବିଶେଷ ବା ଅନୁଷ୍ଠାନ ନିୟମର ଉଲ୍ଲଘଂନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ  

ରେଡ ଜୋନ ଘୋଷଣା କରିବାକୁ  ଡିଜିସିଏର ମାନଦଣ୍ଡ ଅନୁଯାୟୀ ସର୍ଭେ ସହ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ତଥ୍ୟ ଦିଆଯାଇ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଥିଲା। ରାଜ୍ୟ ସରକାରଙ୍କ ଉଦ୍ୟମ  ପରେ ଡିଜିସିଏ ଶ୍ରୀମନ୍ଦିରକୁ ରେଡ ଜୋନ ଘୋଷଣା କରିଛି ।  ରେଡ୍ ଜୋନ୍ ଘୋଷଣା ପରେ ଶ୍ରୀମନ୍ଦିର ଉପରେ  ଆଉ ଡ୍ରୋନ୍ ବୁଲିଛି କି ନାହିଁ ତାହା ଦେଖିବାର କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe